ରାଜକୋଟ: ଶନିବାର ଦିନ ରାଜକୋଟ ଅନ୍ତର୍ଗତ ପ୍ରାଂସଳା ଗାଁ’ସ୍ଥିତ ଏକ ରାଷ୍ଟ୍ରୀୟ ଶିବିରରେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ବାଳିକାଙ୍କ ମୃତ୍ୟୁ ହେବା ସହ ୧୫ ବାଳିକା ଆହତ ହୋଇଛନ୍ତି।
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ, ନିଅାଁ ଲିଭାଯାଇ ପରିସ୍ଥିତିକୁ ଆୟତ କରାଯାଇ ପାରିଛି ବୋଲି କୁହାଯାଉଛି।
ଆହତମାନଙ୍କୁ ପାଖ ଆଖରେ ଥିବା ଡାକ୍ତରଖାନାକୁ ନିଆଯାଇଛି। ଘଟନାସ୍ଥଳରେ ଜିଲ୍ଲାପାଳ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ପହଞ୍ଚିଛି ପରିସ୍ଥିତିର ସମୀକ୍ଷା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ssss.jpg)