ବିକାନୀର : ଆଜି ହେଉଛି ବିଜୟା ଦଶମୀ । ତ୍ରେତା ଯୁଗରେ ଭଗବାନ ଶ୍ରୀରାମ ଏହି ଦିନ ଦଶାନନ ରାବଣକୁ ବଧ କରି ସଂସାରକୁ ତାର ଅତ୍ୟାଚାରରୁ ରକ୍ଷା କରିଥିଲେ । ସେହି ଦିନଠାରୁ ଏହାକୁ ଦଶହରା ବୋଲି କୁହାଯାଏ । ହିନ୍ଦୁ ସମାଜରେ ଏହି ଦିନ ବିଜୟୋତ୍ସବ ପାଳନ କରାଯାଏ । କ୍ଷତ୍ରିୟ ମାନେ ଶସ୍ତ୍ରପୂଜା କରନ୍ତି, ଅଭ୍ୟାସ ଆରମ୍ଭ କରନ୍ତି । ଏହି ମହାନ ପରମ୍ପରାକୁ ବଜାୟ ରଖି ଆମ ସେନା ଓ ବିଏସଏଫ ପକ୍ଷରୁ ଏହି ଦିନ ଶସ୍ତ୍ରପୂଜା କରାଯାଏ ।
Performed ‘Shastra Puja’ on the auspicious occasion of ‘Vijayadashami’ at @BSF_India SHQ in Bikaner today. pic.twitter.com/faRy4DO36q
— राजनाथ सिंह (@rajnathsingh) October 19, 2018
କିନ୍ତୁ ଏ ବର୍ଷ ନିଆରା କଥା ହେଉଛି ଯେ ପ୍ରଥମ ଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ । ଏ ବର୍ଷର ଶସ୍ତ୍ରପୂଜାରେ ଗୃହମନ୍ତ୍ରୀ ରାଜନାଥ ସିଂ ଏଥିରେ ଯୋଗ ଦେଇ ନିଜେ ଶସ୍ତ୍ରପୂଜା କରିଛନ୍ତି । ରାଜସ୍ଥାନର ବିକାନୀରଠାରେ ଥିବା ଅତି ସଂବେଦନଶୀଳ ଭାରତ-ପାକ ସୀମାରେ ଥିବା ବିଏସଏଫର ବର୍ଡର ଆଉଟ-ପୋଷ୍ଟରେ ପକ୍ଷରୁ ଏହି ପୂଜା କରାଯାଇଛି ।ଏହି ଅବସରରେ ରାଜନାଥ କହିଛନ୍ତି ଯେ ସୀମାରେ ସୁରକ୍ଷା ବଢାଇବା ଲାଗି ସ୍ମାର୍ଟବାଡ ଓ କମ୍ପ୍ରେହେନସିଭ ଇଣ୍ଟିଗ୍ରେଟେଡ ବର୍ଡର ମ୍ୟାନେଜମେଣ୍ଟ ସିଷ୍ଟମ (ସିଆଇବିଏମଏସ) ବ୍ୟବସ୍ଥାକୁ ବ୍ୟାପକ କରାଯିବ । ଏହି ପୂଜା ପାଇଁ ରାଜନାଥ ଗତକାଲି ବିକାନୀରରେ ପହଞ୍ଚିଥିଲେ ।