ନୂଆଦିଲ୍ଲୀ : ଚୀନ ସେନାର ଅତିକ୍ରମଣ ଉଦ୍ୟମ ଯୋଗୁଁ ପୂର୍ବ ଲଦାଖରେ ଦେଖାଦେଇଥିବା ଅପ୍ରୀତିକର ପରିସ୍ଥିତିର ସମୀକ୍ଷା ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଏଥିରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍ ଡୋଭାଲ, ସିଡିଏସ୍ ବିପିନ୍ ରାଵତ, ସ୍ଥଳସେନା ମୁଖ୍ୟ ଏମ୍ ଏମ୍ ନରଵଣେ ଏବଂ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଲେ. ଜେ. ପରମଜିତ୍ ସିଂହ ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ଚୀନ କର୍ତ୍ତୃପକ୍ଷଙ୍କ ସହ ସାମ୍ପ୍ରତିକ ପରିସ୍ଥିତି ପରିପ୍ରେକ୍ଷୀରେ ପରବର୍ତ୍ତୀ କଥାବାର୍ତ୍ତା ପାଇଁ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ମିଳିଛି।
ରାଜନାଥ ଡାକିଲେ ଉଚ୍ଚସ୍ତରୀୟ ବୈଠକ
/sambad/media/post_attachments/wp-content/uploads/2020/09/rajnath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)