ନୂଆଦିଲ୍ଲୀ : ଚୀନ ସେନାର ଅତିକ୍ରମଣ ଉଦ୍ୟମ ଯୋଗୁଁ ପୂର୍ବ ଲଦାଖରେ ଦେଖାଦେଇଥିବା ଅପ୍ରୀତିକର ପରିସ୍ଥିତିର ସମୀକ୍ଷା ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଏଥିରେ ଏନଏସଏ ଅଜିତ୍ ଡୋଭାଲ, ସିଡିଏସ୍ ବିପିନ୍ ରାଵତ, ସ୍ଥଳସେନା ମୁଖ୍ୟ ଏମ୍ ଏମ୍ ନରଵଣେ ଏବଂ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଲେ. ଜେ. ପରମଜିତ୍ ସିଂହ ପ୍ରମୁଖ ଯୋଗଦେଇଥିଲେ। ମସ୍କୋରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ ପ୍ରତିପକ୍ଷ ଵାଙ୍ଗ୍ ଵିଙ୍କ ସହ ଆଲୋଚନା କରି ସୀମା ଉତ୍ତେଜନା ହ୍ରାସ ପାଇଁ ପଞ୍ଚସୂତ୍ରୀ ସହମତିରେ ପହଞ୍ଚିବାର କେଇ ଘଣ୍ଟା ନପୂରୁଣୁ ସେନାମୁଖ୍ୟଙ୍କ ସହ ରାଜନାଥଙ୍କ ଏହି ଜରୁରୀ ବୈଠକ ଗୁରୁତ୍ବ ବହନ କରୁଛି। ଦୀର୍ଘ ଦୁଇ ଘଣ୍ଟା ଧରି ବସିଥିବା ଏହି ବୈଠକରେ ଜୟଶଙ୍କର-ଵାଙ୍ଗ ଆଲୋଚନାର ନିର୍ଯାସ ସମ୍ପର୍କରେ ବିଚାର ବିମର୍ଶ କରାଯିବା ସହ ଦୁଇ ଦେଶ ମଧ୍ୟରେ ଆଗାମୀ ସାମରିକ ଅଧିକାରୀ ସ୍ତରୀୟ କଥାବାର୍ତ୍ତା ବେଳେ ଭାରତର ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।
ସେନା ମୁଖ୍ୟଙ୍କ ସହ ରାଜନାଥଙ୍କ ଜରୁରୀ ବୈଠକ
/sambad/media/post_attachments/wp-content/uploads/2020/09/rajnath-singh-1591603384.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)