ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଦିନ ଲଦାଖ ଗସ୍ତରେ ଯାଇଛନ୍ତି। ରାଜନାଥ ଶୁକବ୍ରାର ଦିନ ଲଦାଖ, ଜମ୍ମୁ କାଶ୍ମୀର, ଅରୁଣାଚଳପ୍ରଦେଶ ଏବଂ ସିକ୍କିମର ପ୍ରମୁଖ ଅଞ୍ଚଳରେ ୨୮୦୦ କୋଟି ଟଙ୍କାରେ ବ୍ରିଜ୍, ରାସ୍ତା ଏବଂ ହେଲିପ୍ୟାଡ୍ ସମେତ ମୋଟ୍ ୭୫ଟି ଭିତ୍ତିଭୂମି ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ୭୫ଟି ପ୍ରକଳ୍ପରେ ୪୫ଟି ବ୍ରିଜ୍, ୨୭ଟି ରୋଡ୍ , ୨ଟି ହେଲିପ୍ୟାଡ୍ ଏବଂ ଗୋଟିଏ ‘କାର୍ବନ ନ୍ୟୁଟ୍ରାଲ ହାବିଟାଟ୍’ ରହିଛି। ଏଗୁଡ଼ିକ ୬ ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିବ୍ୟାପ୍ତ ଅଟେ। ଏଥିମଧ୍ୟରୁ ୨୦ଟି ପ୍ରକଳ୍ପ ଜମ୍ମୁରେ ଥିବାବେଳେ ଲଦାଖ ଏବଂ ଅରୁଣାଚଳପ୍ରଦେଶରେ ୧୮ଲେଖାଏଁ ପ୍ରକଳ୍ପ , ଉତ୍ତରାଖଣ୍ଡରେ ୫ ଏବଂ ଅନ୍ୟ ସୀମାନ୍ତ ରାଜ୍ୟ ସିକ୍କିମ, ହିମାଚଳପ୍ରଦେଶ, ପଂଜାବ ଏବଂ ରାଜସ୍ଥାନରେ ୧୪ଟି ପ୍ରକଳ୍ପ ଉଦ୍ଘାଟନ ହୋଇଛି।
ଏହି ଅବସରରେ ରାଜନାଥ ଶୁକ୍ରବାର ଦିନ ଲଦାଖର ଶ୍ୟୋକ ସେତୁରେ କହିଛନ୍ତି, ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ମାତ୍ରାଧିକ ସୀମା ଅଞ୍ଚଳ ସହ ଯୋଗାଯୋଗ ରଖିବାକୁ ଆମ ସରକାର ଯୋଜନା କରିଛନ୍ତି। ତେବେ ସ୍ବାଧୀନତା ପରେ ଦୀର୍ଘ ବର୍ଷ ଧରି ଜମ୍ମୁ କାଶ୍ମୀରରେ ବିକାଶ ଭିତ୍ତିଭୂମି ଅଭାବ ଯୋଗୁଁ ଆତଙ୍କବାଦ ବଢ଼ିଛି। ଦେଶରେ ସାମଗ୍ରିକ ବିକାଶ ପାଇଁ ସରକାର ସୀମାନ୍ତ ରାଜ୍ୟ ସହ ଯୋଗାଯୋଗ ଉପରେ ଫୋକସ୍ କରୁଛନ୍ତି ବୋଲି ରାଜନାଥ କହିଛନ୍ତି। ସମସ୍ତ ଦୁର୍ଗମ ଅଞ୍ଚଳକୁ ଦେଶର ଅନ୍ୟ ଅଂଚଳ ସହ ଖୁବ୍ଶୀଘ୍ର ଯୋଡ଼ାଯିବ ବୋଲି ରାଜନାଥ କହିଛନ୍ତି। ଆମେମାନେ ସମସ୍ତେ ମିଶି ଦେଶକୁ ଏକ ନୂଆ ପ୍ରଗତିର ସ୍ତରକୁ ନେବା ବୋଲି ରାଜନାଥ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/rajnath.jpg)