ରାଜନାଥ ସିଂ ଓ ଅମିତ ଶାହଙ୍କ ସୁରକ୍ଷା କଡ଼ାକଡ଼ି; ଶାହଙ୍କୁ ଜଗିବେ ବ୍ଲାକ୍ କ୍ୟାଟ କମାଣ୍ଡୋ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କର ଦୁଇ ପ୍ରଭାବଶାଳୀ ମନ୍ତ୍ରୀ ରାଜନାଥ ସିଂ ଓ ଅମିତ ଶାହାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୁରକ୍ଷା ଭାରତୀୟ ସେନା ହାତରେ ରହିବାକୁ ଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷା ଦାୟିତ୍ବରେ ରହିବେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ। ଏହି ଦୁଇ ମନ୍ତ୍ରୀଙ୍କୁ ଜେଡ୍ ପ୍ଲସ ଶ୍ରେଣୀୟ ସୁରକ୍ଷା ପ୍ରଦାନ କରାଯାଉଥିବା ସୂଚନା ମିଳିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦାୟିତ୍ୱ ଗ୍ରହଣ କରୁ କରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରାଯାଇଛି । ନୂଆ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବାସଭବନରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରିଛି ଦିଲ୍ଲୀ ପୋଲିସ୍ । ଗତ ସପ୍ତାହରେ ହିଁ ଦାୟିତ୍ୱ ଆରମ୍ଭ କରିଥିଲେ ଅମିତ ଶାହ ।

ଦିଲ୍ଲୀ ପୁଲିସ ଗୃହମନ୍ତ୍ରୀଙ୍କ ସୁରକ୍ଷା ସମୀକ୍ଷା କରିବା ପରେ ଅଧିକ କଡ଼ାକଡ଼ା କରାଯାଇଛି ଅମିତ ଶାହଙ୍କ ସୁରକ୍ଷା ବ୍ୟବସ୍ଥା । ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ଶାହଙ୍କୁ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ଦ୍ୱାରା ଜେଡ଼୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଉଛି । ତେବେ ସୁରକ୍ଷା ଦୃଷ୍ଟିରୁ ଶାହଙ୍କ ସୁରକ୍ଷାରେ ରାଷ୍ଟ୍ରୀୟ ସୁରକ୍ଷା କର୍ମୀଙ୍କ ବ୍ଲାକ୍ କ୍ୟାଟ କମାଣ୍ଡୋ ମୁତୟନ କରାଯିବ ।

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୁରକ୍ଷା ଉପରେ ମଧ୍ୟ କଡ଼ା ନଜର ରହିଛି । ଭାରତୀୟ ସେନା ପ୍ରତିରକ୍ଷା ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେବା ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିବ । ବତ୍ତର୍ମାନ ସମୟରେ ରାଜନାଥ ସିଂଙ୍କ ବାସଭବନରେ ଅର୍ଦ୍ଧସୈନିକ ବଳ ମୁତୟନ କରାଯାଇଛି ।
ସମ୍ବନ୍ଧିତ ଖବର