ସେନା ମୁଖ୍ୟାଳୟ ପୁନର୍ଗଠନ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଂଜୁରି
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ମୁଖ୍ୟାଳୟ ପୁନର୍ଗଠନ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ମଂଜୁରି ଦେଇଛନ୍ତି। ତିନି ସେନାର ପ୍ରତିନିଧିତ୍ବ ସହିତ ସେନା ପ୍ରମୁଖଙ୍କ ଅଧୀନରେ ଏକ ପୃଥକ ଭିଜିଲାନ୍ସ ସେଲ୍ ରଖାଯିବାକୁ ପ୍ରସ୍ତାବକୁ ମଂଜୁରି ମିଳିଥିବା ଜଣାପଡ଼ିଛି। ସେହିଭଳି ମାନବାଧିକାର ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଉପ ସେନା ପ୍ରମୁଖଙ୍କ ଅଧୀନରେ କେନ୍ଦ୍ରୀୟ ସଂଗଠନ ରହିବ। ଫିଲ୍ଡ ଆର୍ମି ୟୁନିଟ୍ରେ ସେନା ମୁଖ୍ୟାଳୟର ୨୦୬ ଜଣ ସେନା ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୩ ଜଣ ମେଜର ଜେନେରାଲ, ୮ ଜଣ ବ୍ରିଗେଡିୟର, ୯ ଜଣ କର୍ଣ୍ଣେଲ, ୧୮୬ ଜଣ ମେଜର ପାହ୍ୟାର ଅଧିକାରୀ ଅଛନ୍ତି।