‘ଗତ ୫ ବର୍ଷ ଭିତରେ ୩ଥର ଏୟାର୍‌ ଷ୍ଟ୍ରାଇକ୍‌ ହୋଇଛି, ୨ଟିର ସୂଚନା ଦେବି, ତୃତୀୟ ବିଷୟରେ କହିବି ନାହିଁ’: ରାଜନାଥ

ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ଓ ପରେ ବାଲାକୋଟରେ ଏୟାର୍‌ ଷ୍ଟ୍ରାଇକ୍‌କୁ ନେଇ ଆଲୋଚନା କମିବାର ନାଁ ଧରୁନି। ପ୍ରତି ଦିନ ଶୁଣିବାକୁ ମିଳୁଛି ନୂଆ ନୂଆ କଥା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଏୟାର୍‌ ଷ୍ଟ୍ରାଇକ୍‌ ସଂପର୍କରେ ମୁହଁ ଖୋଲି କହିଛନ୍ତି କି ‘ଗତ ୫ ବର୍ଷ ଭିତରେ ୩ ଥର ଏୟାର୍‌ ଷ୍ଟ୍ରାଇକ୍‌ ହୋଇଛି। ମାତ୍ର ତୃତୀୟ ଷ୍ଟ୍ରାଇକ୍‌ ସଂପର୍କରେ ମୁଁ କୌଣସି ସୂଚନା ଦେବି ନାହିଁ।’ ମାଙ୍ଗାଲୁରରେ ହେଉଥିବା ଏକ ରାଲିରେ ରାଜନାଥ ସିଂହ ଏପରି କହିଥିବାର ଶୁଣିବାକୁ ମିଳିଛି।

ରାଜନାଥଙ୍କର ଏପରି ମନ୍ତବ୍ୟ ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। କାହିଁକି ନା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୁହଁରେ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ବିରୋଧରେ ଗତ ପାଞ୍ଚ ବର୍ଷ ଭିତରେ ଦୁଇ ଥର ଷ୍ଟ୍ରାଇକ୍‌ ହୋଇଛି। ୨୦୧୭ ମସିହାରେ ପାକିସ୍ତାନୀମାନେ କରିଥିବା ଉରି ଆକ୍ରମଣ ପରେ ପରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରଇକ୍‌ ଓ ୨୦୧୯ ପୁଲଓ୍ଵାମା ଆକ୍ରମଣ ପରେ ଭାରତୀୟ ବାୟୁ ସେନା କରିଛି ଏୟାର୍‌ ଷ୍ଟ୍ରାଇକ୍‌। ତେବେ, ରାଜନାଥ କେଉଁ ତୃତୀୟ ଷ୍ଟ୍ରାଇକ୍‌ କଥା କହୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାହା ପୁଣି ତୃତୀୟ ଏୟାର୍‌ ଷ୍ଟ୍ରାଇକ୍‌!

ସମ୍ବନ୍ଧିତ ଖବର