ନୂଆଦିଲ୍ଲୀ : ସାରା ଦେଶରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଥିବାବେଳେ ଭାରତୀୟ ସେନା ପାଇଁ ୨୮,୭୩୨ କୋଟିର ସାମରିକ ସାମଗ୍ରୀ ଖରିଦକୁ ସରକାରୀ ଅନୁମତି ମିଳିଛି ।

Advertisment

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା କ୍ରୟ ପରିଷଦ (ଡିଫେନ୍ସ ପ୍ରକ୍ୟୋରମେଣ୍ଟ କାଉନସିଲ) ବୈଠକରେ ଏହି କ୍ରୟ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି । କିଣାଯିବାକୁ ଥିବା ସାମଗ୍ରୀ ମଧ୍ୟରେ ରହିଛି ସ୍ବାର୍ମ ଡ୍ରୋନ, କାର୍ବାଇନ ଓ ବୁଲେଟ ପ୍ରୁଫ ଜ୍ୟାକେଟ୍ ।

ନିୟନ୍ତ୍ରଣ ରେଖା ନିକଟରେ ମୁତୟନ ଥିବା ସୈନିକମାନଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ବୁଲେଟପ୍ରୁଫ ଜ୍ୟାକେଟ କିଣା ଯିବ । ଏସବୁ ଜ୍ୟାକେଟ୍ ଶତ୍ରୁପକ୍ଷର ସ୍ନାଇପର ଆକ୍ରମଣରୁ ଯବାନମାନଙ୍କୁ ସୁରକ୍ଷା ପ୍ରଦାନ କରିବ ।

ସେହିପରି ପ୍ରାୟ ୪ ଲକ୍ଷ କ୍ଲୋଜ କ୍ବାର୍ଟର ବାଟଲ (ସିକ୍ୟୁବି) କାର୍ବାଇନ ଖରିଦ କରାଯିବ । ଚୀନ ଓ ପାକିସ୍ତାନ ସୀମାରେ ଶତ୍ରପକ୍ଷ ସୈନ୍ୟଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ବାଇନ ସୈନ୍ୟଙ୍କ ଲଢୁଆ ଦକ୍ଷତାକୁ ବଢାଇବ । ଅନ୍ୟପକ୍ଷରେ ସେନା ପାଇଁ ସ୍ବାର୍ମ ଡ୍ରୋନ କିଣାଯିବ । ଏସବୁ ଛୋଟ ଡ୍ରୋନ ମାଧ୍ୟମରେ ସେନା ଶତ୍ରୁପକ୍ଷ ଉପରେ ନଜର ରଖିବାରିବ ।

ଅନ୍ୟପକ୍ଷରେ ହାଲକା ଟ୍ୟାଙ୍କ କିଣିବାକୁ ଯୋଜନା କରୁଛି ସେନା । ଲଦାଖ ଓ ସିକ୍କିମର ବରଫାବୃତ ଥଣ୍ଡା ପରିବେଶକୁ ଦୃଷ୍ଟିରେ ରଖି ୨୫ ଟନ ଓଜନର ଟ୍ୟାଙ୍କ କିଣିବାକୁ ଯୋଜନା କରାଯାଉଛି । ଏସବୁ ଟ୍ୟାଙ୍କ କ୍ରୟର ପ୍ରଥମ ପର୍ଯ୍ୟାୟରେ ସେନା ପକ୍ଷରୁ ରିକ୍ବେଷ୍ଟ ଫର ଇନଫର୍ମେସନ ( ସୂଚନା ଆହ୍ବାନ) କରାଯାଇଛି । ଖିୁବଶୀଘ୍ର ଏଥିପାଇଁ ବିଡ୍ ଆହ୍ବାନ କରାଯିବ ।