ରୁଷ୍‌ରେ ରାଜନାଥ ସିଂହ: ଏସ୍‌-୪୦୦, ଏସ୍‌-୭ ଶୀଘ୍ର ହସ୍ତାନ୍ତର ଉପରେ ଗୁରୁତ୍ବ

ମସ୍କୋ: ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ବିରୋଧରେ ରୁଷ୍‌ର ବିଜୟ ଉତ୍ସବ ପାଳନ ପାଇଁ ପ୍ରତିବର୍ଷ ବିଜୟ ଦିବସ ପରେଡ୍‌ ଅନୁଷ୍ଠିତ ହେଉଛି। ଏଥର ପରେଡ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତିଥି ଭାବେ ଯୋଗ ଦେବାପାଇଁ ଆଜି ମସ୍କୋରେ ପହଂଚିଛନ୍ତି। ରାଜନାଥ ପ୍ରଥମେ ଭାରତୀୟ ଦୂତାବାସ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଚକ୍ର ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଗସ୍ତ ଆରମ୍ଭ କରିଛନ୍ତି। ରୁଷ୍‌ର ଉପ ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ସାମରିକ ଅଧିକାରୀଙ୍କ ସହ ରାଜନାଥଙ୍କ ଆଲୋଚନା ହୋଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିଜୟ ଦିବସ ପରେଡ୍‌ରେ ଭାରତର ୩ ସେନା ଶକ୍ତି ପ୍ରଦର୍ଶନ କରିବେ। ରାଜନାଥ ତାଙ୍କ ଗସ୍ତ ଅବସରରେ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ କ୍ଷେପଣାସ୍ତ୍ର ବିଧ୍ବଂସକାରୀ ଏସ୍‌-୭ ବ୍ୟବସ୍ଥାକୁ ଶୀଘ୍ର ଭାରତକୁ ହସ୍ତାନ୍ତର କରିବା ଉପରେ ଆଲୋଚନା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର