ଅଖନୁର: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପ୍ରସଂଶା କରିବା ସହ ସେ ଜମ୍ମୁ-କଶ୍ମୀର ଏବଂ ସାରା ଦେଶର ଲୋକମାନଙ୍କ ହୃଦୟକୁ ଯୋଡ଼ିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି । ବିଜେପି ସରକାର ଦିଲ୍ଲୀ ଓ କଶ୍ମୀରକୁ ସମାନ ଦୃଷ୍ଟିରେ ଦେଖନ୍ତି ବୋଲି ସେ କହିଛନ୍ତି । ନବମ ସଶସ୍ତ୍ର ବାହିନୀ ଭେଟେରାନ୍ସ ଡେ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜନାଥ ସିଂହ ଏହା କହିଥିଲେ । 

Advertisment

ଦୁଇଦିନ ତଳେ ଓମାର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସଂଶା କରିଥିଲେ । ସୋନମର୍ଗ ଟନେଲ ଉଦଘାଟନ ସମାରୋହରେ ମୋଦୀ ଯୋଗ ଦେବା ଅବସରରେ ଓମାର ମୋଦୀଙ୍କ ପ୍ରସଂଶା କରିଥିଲେ । ଓମାର ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ ଇଣ୍ଡିଆ ମେଣ୍ଟର ଏକ ବଡ଼ ସହଯୋଗୀ ଦଳ ହୋଇଥିବାବେଳେ ଓମାରଙ୍କ ଦ୍ବାରା ମୋଦୀଙ୍କ ପ୍ରସଂଶା ଓ ରାଜନାଥଙ୍କ ଦ୍ବାରା ଓମାରଙ୍କ ପ୍ରସଂଶା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନଙ୍କୁ ଅସହଜ କରିଥିବ ନିଶ୍ଚୟ ।

ଅନ୍ୟପକ୍ଷରେ ପିଓକେ ଓ ପାକିସ୍ତାନକୁ ନେଇ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ନବମ ସଶସ୍ତ୍ର ବାହିନୀ ଭେଟେରାନ୍ସ ଡେ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ପିଓକେ ବିନା ଜମ୍ମୁ-କଶ୍ମୀର ଅସମ୍ପୂର୍ଣ୍ଣ। ପିଓକେ ପାକିସ୍ତାନ ପାଇଁ ଏକ ବିଦେଶୀ ଅଞ୍ଚଳ ଛଡ଼ା ଆଉ କିଛି ନୁହେଁ। ପିଓକେର ଜମିକୁ ଆତଙ୍କବାଦର ବ୍ୟବସାୟ ଚଳାଇବା ପାଇଁ ବ୍ୟବହାର କରାଯାଉଛି । ପିଓକେରେ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଚାଲିଛି। ପାକିସ୍ତାନକୁ ପିଓକେରେ ନିଜର ଆତଙ୍କବାଦୀ ଭିତ୍ତିଭୂମି ନଷ୍ଟ କରିବାକୁ ପଡ଼ିବ କିମ୍ବା ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।