ଭିଭିଆଇପି ଗସ୍ତ ପାଇଁ ୨୦ଟି ଗ୍ରାମରେ ବିଜୁଳି କାଟ

ଭୋପାଲ: ଭିଭିଆଇପି ଗସ୍ତ ସମୟରେ ମଧ୍ୟପ୍ରଦେଶର ପାଖାପାଖି ୨୦ଟି ଗ୍ରାମରେ ବିଜୁଳିକୁ ୧୨ଘଣ୍ଟାରୁ ଅଧିକ ସମୟ ପାଇଁ କାଟି ଦିଆଯାଇଥିଲା। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ହେଲିକପ୍ଟରର ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ପ୍ରଶାସନ ଗ୍ରାମରେ ବିଜୁଳି ବିତରଣକୁ ବନ୍ଦ କରି ଦେଇଥିଲା। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଖବର କାଗଜରେ ନୋଟିସ୍‌ ବି ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା କି, ମଇ ୧୯ରୁ ୨୦ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଜୁଳି ସରବରାହ ବନ୍ଦ ରହିବ।

ସୂଚନାଯୋଗ୍ୟ, ଏପରି କରିବା ପଛର କାରଣ ଯେଉଁସ୍ଥାନକୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ହେଲିକପ୍ଟର ଯିବାର ଥିଲା ସେହି ସ୍ଥାନରେ ଦୁଇଟି ହାଏଭୋଲଟେଜ ବିଜୁଳିର ଦୁଇଟି ଲାଇନ୍‌ ଯାଇଥିଲା। ତେଣୁ ହେଲିକପ୍ଟରର ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ପ୍ରଶାସନ ଗ୍ରାମରେ ବିଜୁଳି କାଟ କରିଥିଲା। ଏତେ ସମୟ ଧରି ବିଜୁଳି ନଆସିବା ହେତୁ ସ୍ଥାନୀୟଲୋକମାନେ ବିଜୁଳି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧରଣା-ପ୍ରଦର୍ଶନ ଆରମ୍ଭ କରି ଦେଇଥିଲେ। ଏହାପରେ ରବିବାର ଅପରାହ୍ନ ୩ଟା ସମୟରେ ଗ୍ରାମକୁ ବିଜୁଳି ଦିଆଯାଇଥିଲା। ଗୃହମନ୍ତ୍ରୀଙ୍କ ହେଲିପକ୍ଟରକୁ ରବିବାର ଅନ୍ୟ ଏକ ରୁଟ୍‌ରେ ନେବା ପାଇଁ ସ୍ଥିର କରାଯାଇଥିଲା।

ସମ୍ବନ୍ଧିତ ଖବର