ସୀମାରେ ଉତ୍ତେଜନା ମଧ୍ୟରେ ମସ୍କୋଠାରେ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବେ ରାଜନାଥ ସିଂ

ନୂଆଦିଲ୍ଲୀ : ମସ୍କୋ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ଚୀନ ପ୍ରତିପକ୍ଷ ଓ୍ଵି ଫେଗହିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହି ସାକ୍ଷାତ ପାଇଁ କୌଣସି କାର୍ଯ୍ୟକ୍ରମ ନଥିବାବେଳେ ଚୀନ ସରକାରଙ୍କ ଅନୁରୋଧ କ୍ରମେ ଭାରତ ଏଥିଲାଗି ରାଜି ହୋଇଛି ।
ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏ ପରିପ୍ରେକ୍ଷୀରେ ରାଜନାଥ-ଓ୍ଵି ସାକ୍ଷାତକୁ ବେଶ ଗୁରୁତ୍ୱ ଦିଆଯାଉଛି । ଏପରିକି ସମଗ୍ର ବିଶ୍ୱର ଦୃଷ୍ଟି ଏହି ଆଲୋଚନା ଉପରେ ରହିବ । ଗତ ମେରେ ଚୀନ ସେନାର ଅନୁପ୍ରବେଶ ପରେ ଏହା ହେଉଛି ଦୁଇଦେଶ ମଧ୍ୟରେ ପ୍ରଥମ ରାଜନୈତିକ ସ୍ତରୀୟ ଆଲୋଚନା ।

ସୂଚନାଯୋଗ୍ୟ ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ସଂଖ୍ୟା ପ୍ରକାଶ କରିନାହିଁ । ଗତ ଅଗଷ୍ଟ ୨୯-୩୦ ରାତିରେ ଭାରତୀୟ ଯବାନ ମାନେ ପେଙ୍ଗୟାଂ ହ୍ରଦ ନିକଟରେ ଥିବା ବ୍ଲାକ ଟପକୁ ଅଧିକାର କରିନେଇଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିଯାଇଛି । ତାହାର ଜବାବ ଦେବାକୁ ଚୀନ ଧମକ ଦେଇଛି ।

ସମ୍ବନ୍ଧିତ ଖବର