ନୂଆଦିଲ୍ଲୀ: ବିକାନେର୍ ଅନ୍ତର୍ଗତ ଅତି ସ୍ପର୍ଶକାତର ଭାରତ-ପାକ୍ ସୀମାନ୍ତରେ ଗୃହମନ୍ତ୍ରୀ ରାଜନାଥ ସିଂହ ଦଶହରା ପାଳିବା ସହ ଅସ୍ତ୍ର ପୂଜା କରିବେ ବୋଲି ରବିବାର ଦିନ ଅଧିକାରୀମାନେ କହିଛନ୍ତି।
ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି କି, ଅକ୍ଟୋବର ୧୯ ତାରିଖ ଦିନ ରାଜସ୍ଥାନର ବିକାନେର୍ ଅନ୍ତର୍ଗତ ଭାରତ-ପାକିସ୍ତାନ ସୀମାନ୍ତରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳର ଯବାନମାନଙ୍କ ସାଙ୍ଗରେ ଗୃହମନ୍ତ୍ରୀ ଦଶହରା ପାଳନ କରିବେ।
ଫର୍ଓ୍ଵାର୍ଡ ଅଞ୍ଚଳରେ ଅବସ୍ଥିତ ବର୍ଡର୍ ଆଉଟ୍ ପୋଷ୍ଟ୍ ଠାରେ ସିଂହ ଅସ୍ତ୍ର ପୂଜା ମଧ୍ୟ କରିବେ।
ଅସ୍ତ୍ର ପୂଜା ଦଶହରାର ଅଂଶବିଶେଷ। ରାମ ରାବଣଙ୍କୁ ପରାଜିତ କରିଥିବା କାରଣରୁ ତାହା ପାଳନ କରାଯାଏ।
ଦୁଇ ଦିବସୀୟ ଗସ୍ତରେ ଗୃହମନ୍ତ୍ରୀ ଅକ୍ଟୋବର ୧୮ ତାରିଖ ଦିନ ବିକାନେର୍ରେ ପହଞ୍ଚିବେ। ଅକ୍ଟୋବର ୧୯ ତାରିଖ ଦିନ ଯବାନମାନଙ୍କ ସହ ଉତ୍ସବ ପାଳିବା ପୂର୍ବରୁ ରାତିରେ ବର୍ଡର୍ ଆଉଟ୍ ପୋଷ୍ଟ୍ରେ ରହିବେ ବୋଲି ଅଧିକାରୀଜଣକ କହିଛନ୍ତି।
ସୀମାନ୍ତ ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ ସିଂହ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/raj-nath.jpg)