ଚୀନ ସହ ଉତ୍ତେଜନା ପ୍ରସଙ୍ଗରେ ଆଜି ସଂସଦରେ ବୟାନ ଦେବେ ରାଜନାଥ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ସଂପର୍କରେ ସଂସଦରେ ବୟାନ ରଖିବେ । ଫଳରେ ମୌସୁମୀ ଅଧିବେଶନର ଆଜିର ଦିନଟି ବେଶ ଗରମ ରହିବାର ସମ୍ଭାବନା ରହିଛି । କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସମସ୍ତ ପ୍ରସ୍ତୁତି କରିଛନ୍ତି ।

ବିଭିନ୍ନ ସ୍ତରରେ ଅନେକ ଥର କଥାବାର୍ତ୍ତା ହୋଇଥିଲେ ମଧ୍ୟ ଚୀନ ସେନା ପଛକୁ ହଟିବାର ନାଁ ଧରୁ ନାହିଁ । ପୂର୍ବରୁ ଚୀନ ସହିତ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ସେଥିରୁ ସୁଫଳ ମିଳିନାହିଁ । ସେହିପରି ମସ୍କୋଠାରେ ଦୁଇଦେଶର ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଆଲୋଚନା କରି ଉତ୍ତେଜନା ହ୍ରାସ ପାଇ ସହମତ ହୋଇଥିଲେ ମଧ୍ୟ ଚୀନ ସେନା ପଛକୁ ହଟୁ ନାହିଁ । ବରଂ ଦିନକୁ ଦିନ ଅଧିକ ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରୁଛି । ତାହାକୁ ଦେଖି ଭାରତୀୟ ସେନା ମଧ୍ୟ ଅନୁରୂପ ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରିଛି । ବିଶେଷକରି ପେଙ୍ଗାଙ୍ଗ ହ୍ରଦ ନିକଟରେ ଦୁଇ ଦେଶର ସେନା ପରସ୍ପରର ଫାୟାରିଂ ଦୂରତ୍ୱରେ ଅଛନ୍ତି । ଏହା ସ୍ଥିତିକୁ ବିସ୍ଫୋରକ କରିଛି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି । ଭାରତର ଅପାରଗତା ଯୋଗୁଁ ଚୀନ ସେନା ଭାରତୀୟ ଅଞ୍ଚଳ ଅଧିକାର କରିନେଇଛି ବୋଲି ସେ ଅଧିକାର କରିନେଇଛନ୍ତି ।

ସମ୍ବନ୍ଧିତ ଖବର