ସିଆଚେନ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା ସହ ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନୂଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ନୂଆ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ୪୮ଘଣ୍ଟା ନ ହେଉଣୁ ନିଜ କାମ ଆରମ୍ଭ କରି ସାରିଛନ୍ତି ରାଜନାଥ ସିଂହ । ସୋମବାର ସେ ସିଆଚେନ୍‌ ଗସ୍ତରେ ଯାଇ ସେଠାରେ ମୂତୟନ ଥିବା ଆର୍ମି ଯବାନଙ୍କ ସହ ଅନେକ ବିଷୟକୁ ନେଇ ଆଲୋଚନା କରିଥିବା ଜଣା ପଡ଼ିଛି । ବିଶ୍ୱର ସବୁଠାରୁ ବଡ଼ ରଣ କ୍ଷେତ୍ର ବୋଲି ଜଣା ଯାଉଥିବା ସିଆଚେନ୍‌ର ବେଶ କ୍ୟାମ୍ପରେ ପହଞ୍ଚି ରାଜନାଥ ସିଂହ ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଟୁଇଟ୍‌ କରି, ସିଆଚେନ୍‌ରେ ଦେଶ ପାଇଁ କାମ କରି ଯେଉଁ ଯବାନମାନେ ସହିଦ୍‌ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲି । ୧୧୦୦ରୁ ଅଧିକ ଯବାନ ନିଜ ଜୀବନକୁ ଖାତିର ନ କରି ଦେଶ ପାଇଁ ବଳିଦାନ ଦେଇଛନ୍ତି । ଦେଶ ସବୁଦିନ ପାଇଁ ସେମାନଙ୍କ ସେବା ଏବଂ ବଳିଦାନ ପାଇଁ ଋଣି ହୋଇ ରହିବ ବୋଲି ଲେଖିଥିଲେ ରାଜନାଥ ସିଂହ ।

ସମ୍ବନ୍ଧିତ ଖବର