ରୁଷ୍‌କୁ ରାଜନାଥଙ୍କ ପରାମର୍ଶ: କୌଣସି ପକ୍ଷ ଦ୍ବାରା ପରମାଣୁ ଅସ୍ତ୍ର ବ୍ୟବହାର ଉଚିତ ନୁହେଁ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତାଙ୍କ ରୁଷ୍‌ ପ୍ରତିପକ୍ଷ ସେର୍ଗି ସୋଇଗୁଙ୍କ ସହ କଥା ହୋଇଛନ୍ତି। ପରମାଣୁ ଅସ୍ତ୍ର ବ୍ୟବହାର ପ୍ରସଙ୍ଗରେ ରାଜନାଥ ଆଜି ରୁଷ୍‌କୁ ପରାମର୍ଶ ଦେଇଛନ୍ତି। କୌଣସି ବି ରାଷ୍ଟ୍ର ୟୁକ୍ରେନ୍‌ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ଉଚିତ ନୁହେଁ ବୋଲି ରାଜନାଥ କହିଛନ୍ତି। ପରମ‌ାଣୁ ଅସ୍ତ୍ର ମାନବୀୟ ନୀତି ବିରୋଧୀ ଅଟେ। ତେଣୁ କୌଣସି ବି ପରିସ୍ଥିତିରେ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବାପାଇଁ ରାଜନାଥ ତାଙ୍କ ପ୍ରତିପକ୍ଷଙ୍କୁ ଚେତାଇ ଦେଇଛନ୍ତି।

ଟେଲିଫୋନ୍‌ କଥାବାର୍ତ୍ତା ସମୟରେ ଉଭୟ ରାଜନାଥ ଏବଂ ‌ସେର୍ଗି ସୋଇଗୁ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ୟୁକ୍ରେନ୍‌ରେ ବିଗୁଡ଼ୁଥିବା ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ‌ ସୋଇଗୁ ମଧ୍ୟ ୟୁକ୍ରେନ୍‌ ସ୍ଥିତି ସଂକ୍ରାନ୍ତରେ ରାଜନାଥଙ୍କୁ ଅବଗତ କରିଛନ୍ତି। ରୁ‌ଷ୍‌ ପ୍ରତିପକ୍ଷଙ୍କ ସହ କଥା ହେବା ସମୟରେ ରାଜନାଥ ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ଭାରତର ପୂର୍ବ ସ୍ଥିତିରେ କାଏମ ରହିଥିଲେ। କଥାବାର୍ତ୍ତା ଏବଂ କୂଟନୈତିକ ଉପାୟରେ ସମସ୍ୟାର ସମାଧାନ ଉପରେ ରାଜନାଥ ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର