ସୈନିକଙ୍କୁ ପେନସନ୍‌ ପାଇଁ ରାଜନାଥଙ୍କ ନୂଆ କମିଟି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ‌ ଆଜି ସୈନିକମାନଙ୍କ ପେନସନ୍‌ ପାଇଁ ଏକ ନୂଆ କମିଟି ଗଠନ କରିଛନ୍ତି। ଓଆର୍‌ଓପି (ୱାନ୍‌ ରୢାଙ୍କ୍‌ ୱାନ୍‌‌ ପେନସନ୍‌) ଫର୍ମୁଲା ଆଧାରରେ ଅବସରପ୍ରାପ୍ତ ସୈନିକଙ୍କ ପେନସନ୍‌‌ରେ ସମାନତା ରଖିବାପାଇଁ ରାଜନାଥ ଆଜି ନିଷ୍ପତ୍ତି ନେଇଛନ୍ତି। ଓଆର୍‌ଓପି ଅଧୀନରେ ପେନ୍‌ସନର ପରବର୍ତ୍ତୀ ରିଭିଜନ୍‌ ପାଇଁ ପଦ୍ଧତି ଆରମ୍ଭ କରିବାପାଇଁ କମିଟି ଗଠନ ହୋଇଛି। ସିଜିଡିଏ ( କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଡିଫେନ୍ସ ଆକାଉଣ୍ଟ୍‌ସ ) ଦ୍ବାରା ଏହି କମିଟି ପରିଚାଳିତ ହେବ। ତେବେ ଗୋଟିଏ ମାସ ମଧ୍ୟରେ ରିପୋର୍ଟ ଦେବାପାଇଁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ୨୦୧୪ ଜୁଲାଇ ୧ରେ ସୈନିକମାନଙ୍କ ପାଇଁ ଓଆରଓପି କାର୍ଯ୍ୟକାରୀ ହୋଇଥିଲା। ତେବେ ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ ୫ ବର୍ଷ ପରେ ତଥା ଜୁଲାଇ ୧, ୨୦୧୯ରେ ଅବସରପ୍ରାପ୍ତ ସୈନିକମାନଙ୍କ ପେନସନ୍‌ରେ ସମାନତା ରଖାଯିବ। ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାପାଇଁ କମିଠି ଗଠନ ହୋଇଛି।

ସମ୍ବନ୍ଧିତ ଖବର