ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ୍‌ ରାଜନୀଶ ପାରମାରଙ୍କ ଜନ୍ମ ଓ ମୃତ୍ୟୁ ଗୋଟିଏ ଦିନରେ ଲେଖାଥିଲା !

ନୂଆଦିଲ୍ଲୀ: ଭୁଟାନରେ ଭାରତୀୟ ସେନାର ଏକ ଚିତା ହେଲିକପ୍ଟର ଗତ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ଭାରତୀୟ ପାଇଲଟ୍‌ ଏବଂ ତାଙ୍କ ସହ ତାଲିମରେ ଥିବା ଜଣେ ଭୁଟାନ ପାଇଲଟ୍‌ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏହି ଦୁଇ ପାଇଲଟ୍‌ ହେଲେ ଲେପ୍ଟଟାଣ୍ଟ କର୍ନେଲ୍‌ ରାଜନୀଶ ପାରମାର (ଭାରତୀୟ ସେନା ) ଏବଂ କ୍ୟାପଟେନ୍‌ କଲଜଙ୍ଗ୍‌ ୱାଙ୍ଗି (ଭୁଟାନ୍‌)।

ପାଇଲଟ ଲେପ୍ଟଟାଣ୍ଟ କର୍ଣ୍ଣେଲ୍ ରାଜନୀଶ ପାରମାରଙ୍କ ପିତା କହନ୍ତି, ପୁଅର ମୃତ୍ୟୁ ଖବର ଥିଲା ଅସହନୀୟ। ତାର ଜନ୍ମ ଓ ମୃତ୍ୟୁ ଗୋଟିଏ ଦିନରେ ଲେଖାଥିଲା, ଏକଥା ବା କାହାକୁ ଜଣାଥିଲା? ପୁଅ ରାଜନୀଶ ପାରମାରର ଗତକାଲି ଜନ୍ମଦିନ ଥିଲା। ତାକୁ ଆମେ ସକାଳେ ଫୋନ୍‌ କରିଥିଲୁ। ସେ କାମରେ ବ୍ୟସ୍ତ ଅଛି ପରେ ଫୋନ୍‌ କରି କଥା ହେବ ବୋଲି କହିଥିଲା। ଏବଂ ଜନ୍ମଦିନର ଶୁଭେଚ୍ଛା ଦେଇଥିବାରୁ ବାପା ଧନ୍ୟବାଦ କହି ଫୋନ୍‌ ରଖି ଦେଇଥିଲା। କିଛି ସମୟ ପରେ ପୁଅର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଖବର ମିଳିବା ପରେ ପୂରା ପରିବାର ଭାଙ୍ଗି ପଡ଼ିଛି।

ଭାରତୀୟ ସେନା ମୁଖପାତ୍ର କର୍ଣ୍ଣେଲ୍ ଅମନ ଆନନ୍ଦଙ୍କ କହିବାନୁସାରେ, ଗତକାଲି ଅପରାହ୍ନ ପ୍ରାୟ ୧ଟା ସମୟରେ ଭୁଟାନର ୟୋନ୍‌ଫୁଲ୍ଲାସ୍ଥିତ ଖେଣ୍ଟୋଙ୍ଗ୍ମାନି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଅରୁଣାଚଳର ଖିରମ ଘାଟିରୁ ଭୁଟାନର ୟୋଙ୍ଗ୍‌ଫୁଲ୍ଲାକୁ ଯାତ୍ରା କରିଥିବା ଏହି ହେଲିକପ୍ଟର ସହ ଦିନ ୧ଟା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେନା ଦ୍ଵାରା ତୁରନ୍ତ ସର୍ଚ୍ଚ୍‌ ଅପରେସନ୍‌ ଆରମ୍ଭ ହୋଇ ହେଲିକପ୍ଟଟର ଭଗ୍ନାବଶେଷ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର