ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ ଆତଙ୍କବାଦ ନିରୋଧ ଅପରେସନ୍‌ ଜୋରଦାର କରାଯାଇଛି। ସିଆରପିଏଫ୍‌ ଜମ୍ମୁ କାଶ୍ମୀରକୁ ୧୮ ଅତିରିକ୍ତ କମ୍ପାନି ପଠାଇଛି। ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ୧୮୦୦ ଅତିରିକ୍ତ ସୈନିକ ମୁତୟନ ହେବେ। ରାଜୌରୀରେ ୯ କମ୍ପାନି ପହଞ୍ଚି ସାରିଛନ୍ତି। ଆଉ ବାକି ସୈନିକ ରାତିରେ ପହଞ୍ଚିବେ। ପୀର ପଞ୍ଜଲ ଅଞ୍ଚଳର ଦକ୍ଷିଣରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀ ନିରୋଧ ଅପରେସନ୍‌ ପରିଚାଳନା କରିବେ।

Advertisment

ଅନ୍ୟପକ୍ଷେ ସାମ୍ବା‌ ଜିଲ୍ଲା ପ୍ରଶାସନ ଅନ୍ତର୍ଜାତୀୟ ସୀମାର ୧ କିମି ଅଞ୍ଚଳ ମଧ୍ୟରେ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ବିଏସଏଫ୍‌ ସମର୍ଥନ‌ରେ ଏହି ନିଷ୍ପତ୍ତି ନିଆଯାଇଛି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର ଢାଙ୍ଗ୍ରିରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ ଏବଂ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇଥିଲେ।