ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ରାଜ୍ୟରେ ସେକେଣ୍ଡାରି ସ୍ତରରେ ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତି ପରୀକ୍ଷାରେ ଆରଏସଏସର ବିଚାରାଧାରାର ବିଶିଷ୍ଟ ଜନନାୟକ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମ ଉଚ୍ଛେଦ କରିଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟସାରା କହିଛନ୍ତି ଯେ ପୂର୍ବ ବିଜେପି ସରକାର ଦୀନ ଦୟାଲ ଉପାଧ୍ୟୟଙ୍କ ନାଆଁରେ ପ୍ରତିଭା ସନ୍ଧାନ ପରୀକ୍ଷା ଚଳାଉଥିଲେ। ଏହି ପରୀକ୍ଷାର ନାଆଁରୁ ଦୀନଦୟାଲଙ୍କ ନାଆଁ ହଟାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦଶମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହି ପରୀକ୍ଷା ଆୟୋଜିତ ହୋଇଥାଏ।
photo--jagaranରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ପୂର୍ବତନ ଶିକ୍ଷା ମନ୍ତ୍ରୀ ବାସୁଦେବ ଦେବନାନୀ କଂଗ୍ରେସ ସରକାରଙ୍କ ଉପରେ ବର୍ଷି ଛନ୍ତି। ସେ କହିଛନ୍ତି ଯେ ଏଭଳି ନାମ ହଟାଇବା ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଉଛି। ପୂର୍ବରୁ ରାଜ୍ୟ ସରକାର ଓ ପାଠ୍ୟକ୍ରମରେ କେତେକ ପରିବର୍ତ୍ତନ କରିଥିବା ହେତୁ ମଧ୍ୟ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଥିଲେ ଦେବନାନୀ। ସେ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ବୀର ସାବରକରଙ୍କୁ ଜଣେ ନିଷ୍ଠାବାନ୍ କ୍ରାନ୍ତିକାରୀ ବୋଲି ମଧ୍ୟ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ashok-gehlot-indiatv.jpg)