ମୁମ୍ବାଇ: ବୁଧବାର ଜିମ୍ରେ ୱାର୍କଆଉଟ୍ କରୁଥିବା ବେଳେ ହୃଦ୍ଘାତ ହେବାରୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି କମେଡିଆନ୍ ରାଜୁ ଶ୍ରୀବାସ୍ତବ। ଏବେ ତାଙ୍କର ସ୍ବାସ୍ଥାବସ୍ଥା ନେଇ ସୂଚନା ଆସିଛି। ଜାଣିବାକୁ ମିଳିଛି ଯେ ହୃଦ୍ଘାତ ସମୟରେ ରାଜୁଙ୍କ ବ୍ରେନ୍ ଗୁରୁତର ଭାବେ ଡ୍ୟାମେଜ୍(କ୍ଷତାକ୍ତ) ହୋଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ଏବେ ପର୍ଯ୍ୟନ୍ତ ବି ତାଙ୍କର ଚେତା ଫେରିନାହିଁ।
ଡାକ୍ତରଙ୍କ କହିବାନୁସାରେ ତାଙ୍କ ଅବସ୍ଥା ହସ୍ପିଟାଲ୍ରେ ଭର୍ତ୍ତି ହେବା ବେଳଠାରୁ ସ୍ଥିର ରହିଛି। ତାଙ୍କ ଅବସ୍ଥାରେ ସେପି କୌଣସି ସୁଧାର ଆସୁନାହିଁ କି କୌଣସି ବିପଦ ବି ପରିଲକ୍ଷିତ ହୋଇନାହିଁ। ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସର କାର୍ଡିଓଲୋଜି ଆଣ୍ଡ୍ ଏମର୍ଜେନ୍ସି ବିଭାଗର ଏକ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି।
ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ହେବା ପରେ ପ୍ରଥମେ ତାଙ୍କୁ ଏମ୍ସର ଏମର୍ଜେନ୍ସି ମେଡିସିନ୍ ଡିପାର୍ଟମେଣ୍ଟ୍ରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ସିସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ହସ୍ପିଟାଲ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜୁ ଶ୍ରୀବାସ୍ତବଙ୍କର ଆଞ୍ଜିଓଗ୍ରାଫି ହୋଇଛି। ରାଜୁଙ୍କ ଅବସ୍ଥା ଏବେ ଖୁବ୍ ଗମ୍ଭୀର ରହିଥିବାରୁ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯିବ ବୋଲି ସୂଚନା ରହିଛି।
ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍’ ଓ ‘ମେନେ ପ୍ୟାର୍ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ‘ବିଗ୍ବସ୍’ ସିଜିନ୍-୩ରେ ବି ଦେଖିବାକୁ ମିଳିଥିଲା।