ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରୁ ବାହାରିବା ଖବରକୁ ଖଣ୍ଡନ କଲେ ପରିବାର

ନୂଆଦିଲ୍ଲୀ : ବ୍ୟଙ୍ଗ କଳାକାର ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ପରିବାରବର୍ଗ ଓ ଫ୍ୟାନମାନେ ଚିନ୍ତିତ ଥିବାବେଳେ ତାଙ୍କୁ ନେଇ ପୁଣି ଏକ ଗୁଜବ ସୃଷ୍ଟି ହୋଇଛି । ରାଜୁଙ୍କୁ ଖୁବଶୀଘ୍ର ଭେଣ୍ଟିଲେଟରରୁ ବାହାର କରାଯିବ ବୋଲି ହେଉଥିବା ଚର୍ଚ୍ଚାକୁ ତାଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଖଣ୍ଡନ କରିଛନ୍ତି । ତେବେ ସେ କହିଛନ୍ତି ଯେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିବା ସହ ଖୁବଶୀଘ୍ର ଭଲ ଖବର ମିଳିବା ଆଶା କରାଯାଉଛି ବୋଲି କହିଛନ୍ତି ।

ଏହା ପୂର୍ବରୁ ରାଜୁଙ୍କ ମ୍ୟାନେଜର କହିଥିଲେ ଯେ ରାଜୁଙ୍କ ଅବସ୍ଥା ଏବେ ସ୍ଥିର ରହିଛି ଓ ସେ ଏବେ ବି ଅଚେତ ଅଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୧୦ରେ ରାଜୁ ଶ୍ରୀବାସ୍ତବ ଏକ ଟ୍ରେଡମିଲରେ ବ୍ୟାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ । କିଛି ସମୟ ଯନ୍ତ୍ରଣା ସହିବା ପରେ ସେ ଚେତା ହରାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ତାଙ୍କ ତେତା ଫେରିନାହିଁ ଓ ସେ ଭେଣ୍ଟିଲେଟରରେ ଅଛନ୍ତି ।

ଦୁଇଦିନ ପୂର୍ବେ ଜଣେ ବ୍ୟକ୍ତି ଆଇସିୟୁ ଭିତରେ ପ୍ରବେଶ କରି ତାଙ୍କ ସହ ନିଜ ମୋବାଇଲରେ ସେଲଫି ଉଠାଇ ଥିଲା । ଏହ ପରେ ଅନ୍ୟପକ୍ଷରେ ହସପିଟାଲ ପକ୍ଷରୁ ବିନା ଅନୁମତିରେ ଆଇସିୟୁ ଭିତରକୁ ପ୍ରବେଶକୁ ନିଷିଦ୍ଧ କରାଯାଇଥିଲା ।

ସମ୍ବନ୍ଧିତ ଖବର