ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର

ନୂଆଦିଲ୍ଲୀ : ଭାରତର ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଛି। ଏମ୍ସରେ ଚିକିତ୍ସିତ ହେଉଥିବା ରାଜୁଙ୍କ ସ୍ବାସ୍ଥ୍ୟରେ ଗୁରୁବାର ଅଧିକ ଅବନତି ଘଟିଥିଲା ଏବଂ ତାଙ୍କ ମସ୍ତିଷ୍କ ଅଚଳ ହୋଇଯାଇଥିବା ଖବର ପ୍ରଚାର ହୋଇଥିଲା। ରାଜୁଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ କହିଛନ୍ତି ଯେ ଗୁରୁବାର ତୁଳନାରେ ଶୁକ୍ରବାର ଦିନ ଭଲ ସୁଧାର ହୋଇଛି ଏବଂ ରାଜୁ ଠିକ୍‌ ହେବା ପାଇଁ ଆମେ ଈଶ୍ବରଙ୍କୁ ପ୍ରାର୍ଥନା କରୁଛୁ।

ରାଜୁଙ୍କ ସ୍ବାସ୍ଥ୍ୟକୁ ନେଇ ଶୁକ୍ରବାର ଦିନ ଏହି ଖବର ପ୍ରଚାର ହେବାପରେ ତାଙ୍କ ସମର୍ଥକ ଏବଂ ପ୍ରଶଂସକଙ୍କୁ ଆଶ୍ବସ୍ତି ମିଳିଛି। ହୃଦ୍‌ଘାତ ପରେ ଗତ ଅଗଷ୍ଟ ୧୦ ତାରିଖରୁ ରାଜୁଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି। ଗୁରୁବାର ଦିନ ତାଙ୍କର ମସ୍ତିଷ୍କ ଅଚଳ ବୋଲି ଘୋଷଣା ହେବାପରେ ପ୍ରଶଂସକ ମହଲରେ ନୈରାଶ୍ୟ ଖେଳିଯାଇଥିଲା। ଶୁକ୍ରବାର ଦିନ ଏମ୍ସ ଡାକ୍ତରମାନେ ଚେକ୍‌ଅପ୍‌ ପରେ ଗତକାଲି ତୁଳନାରେ ସ୍ଥିତିରେ ସୁଧାର ଆସିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜୁଙ୍କ ସ୍ବାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ଭାଇରାଲ ହେଉଥିବାରୁ ଏହାକୁ ନେଇ ପରିବାର ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି। କୌଣସି ଗୁଜବରେ ବିଶ୍ବାସ ନକରିବା ପାଇଁ ପରିବାର ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର