ରାଜସ୍ଥାନରେ କଂଗ୍ରେସକୁ ଲାଗିପା‌ରେ ଝଟକା, ରିସର୍ଟରେ ପହଞ୍ଚି ନାହାନ୍ତି ୬ ବିଧାୟକ

ଜୟପୁର: ବର୍ତ୍ତମାନ ରାଜସ୍ଥାନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଛି କଂଗ୍ରେସର ଚିନ୍ତା। ଦେଶରେ କଂଗ୍ରେସ ପ୍ରଭାବ କମ ହେଉଥିବା ବେଳେ କଂଗ୍ରେସର ଗଡ଼ କୁହାଯାଉଥିବା ରାଜସ୍ଥାନରେ କଂଗ୍ରେସ ମୁହଁମାଡ଼ି ତଳେ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ଜଣେ ମନ୍ତ୍ରୀଙ୍କ ସମେତ ଅତି କମରେ ୬ ଜଣ ବିଧାୟକ କଂଗ୍ରେସ ନିର୍ଦ୍ଦେଶ ମାନି ଠିକ୍ ସମୟରେ ରିସର୍ଟରେ ପହଞ୍ଚି ନଥିବା ଜଣାପଡ଼ିଛି। ଏହି କାରଣରୁ ଠିକ ସମୟରେ ବିଏସପିରୁ ଆସି କଂଗ୍ରେସ ହାତ ଧରିଥିବା ବିଧାୟକ ଧୋକା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ସୂଚନା ମୁତାବକ, କଂଗ୍ରେସ ସମସ୍ତ ବିଧାୟକଙ୍କୁ ଶୁକ୍ରବାର ସନ୍ଧ୍ୟା ଭିତରେ ରିସର୍ଟରେ ପହଞ୍ଚିବାକୁ କହିଥିଲା। ହେଲେ ଏପର୍ଯ୍ୟନ୍ତ କିଛି ବିଧାୟକ ରିସର୍ଟରେ ପହଞ୍ଚି ନଥିବା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ରାଜ୍ୟସଭା ନିର୍ବାଚନକୁ ନେଇ କଂଗ୍ରେସର ଚିନ୍ତା ବଢ଼ିଛି। ଦଳରେ ସାମିଲ ହେବା ପରେ ବି ସେମାନଙ୍କୁ ଉପଯୁକ୍ତ ପଦବୀ ଏବଂ ସମ୍ମାନ ମିଳିନଥିବାରୁ ‌କିଛି ବିଧାୟକ ରିସର୍ଟରେ ପହଞ୍ଚି ନଥିବା ଜଣାପଡ଼ିଛି।

ତେବେ ବିଜେପି ପ୍ରଲୋଭନରେ ପଡ଼ିବାର ଆଶଙ୍କା ଥିବାରୁ ଜୁନ୍‌ ୧୦ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ଏକ ହୋଟେଲ୍‌କୁ ସ୍ଥାନାନ୍ତର କରିବା ଲାଗି କଂଗ୍ରେସ ସ୍ଥିର କରିଥିଲା। ଏହା ବ୍ୟତୀରେକେ, ଶାସକ କଂଗ୍ରେସ ପାର୍ଟିକୁ ସମର୍ଥନ ଦେଇଥିବା ସ୍ବାଧୀନ ଏବଂ ଅନ୍ୟ ଦଳର ବିଧାୟକମାନଙ୍କୁ ମଧ୍ୟ ଉଦୟପୁରସ୍ଥିତ ଉକ୍ତ ହୋଟେଲ୍‌କୁ ସ୍ଥାନାନ୍ତର କରାଯିବବୋଲି କୁହାଯାଇଥିଲା।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଥିଲ ଯେ, ଜୁନ୍‌ ୧୦ ତାରିଖ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ୪ଟି ଆସନରୁ ରାଜ୍ୟ ବିଧାନସଭାରେ ୧୦୮ ବିଧାୟକ ଥିବା କଂଗ୍ରେସ ୨ଟି ଆସନରେ ବିଜୟ ହାସଲ କରିବ।

ସମ୍ବନ୍ଧିତ ଖବର