ନୂଆଦିଲ୍ଲୀ : ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ସଂସଦୀୟ ରୁଲ୍ସ କମିଟିର ସଦସ୍ୟ ରୂପେ ମନୋନୀତ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁଙ୍କ ଦ୍ବାରା ରୁଲ୍ସ କମିଟିରେ ସମୁଦାୟ ୩ ଜଣ ସାଂସଦଙ୍କୁ କଦସ୍ୟ ରୂପେ ମନୋନୀତ କରାଯାଇଥିବାର ରାଜ୍ୟସଭା ସଚିବାଳୟର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ରେ କୁହାଯାଇଛି। ରୁଲ୍ସ କମିଟି ସମେତ ବିଭିନ୍ନ ୮ଟି କମିଟି ପାଇଁ ରାଜ୍ୟସଭା ଅଧ୍ୟକ୍ଷ ସଦସ୍ୟମାନଙ୍କୁ ମନୋନୀତ କରିଛନ୍ତି।
ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ରୁଲ୍ସ କମିଟିର ସଦସ୍ୟ
/sambad/media/post_attachments/wp-content/uploads/2020/08/Rajya-Sabha-MP-Ashwini-Vaishnav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)