ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇଥିବାରୁ ଟିଏମସି ସାଂସଦ ଶାନ୍ତନୁ ସେନ ନିଲମ୍ବିତ

ନୂଆଦିଲ୍ଲୀ: ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ନିଲମ୍ବିତ କରିଛନ୍ତି | କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପେଗାସସ୍ ସଂପର୍କରେ ବିବୃତି ରଖିବା ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଶାନ୍ତନୁ ସେନ୍‌ ତାଙ୍କ ହାତରୁ କାଗଜ ଛଡ଼ାଇ ନେଇ ଚିରି ଦେଇ ଗୃହରେ ଏହାର ଟୁକୁରା ଉଡ଼ାଇଥିଲେ। ଏନେଇ ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ମୌସୁମୀ ଅଧିବେଶନରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି।

indiatoday.in

ଉଲ୍ଲେଖଯୋଗ୍ୟ, ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୁରୁବାର ବିବୃତି ରଖିବା ବେଳେ ଟିଏମସି ସମେତ ଅନ୍ୟ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଚାଲିଆସି ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ସେହି ସମୟରେ ଟିଏମସି ସାଂସଦ ସେନ୍ ଆଇଟି ମନ୍ତ୍ରୀଙ୍କ ହାତରୁ କାଗଜ ଛଡ଼ାଇ ନେଇଥିଲେ। ସେହି କାଗଜକୁ ଚିରି ଗୃହରେ ଉଡ଼ାଇଥିଲେ। ଏଭଳି କାଣ୍ଡ ପରେ ମନ୍ତ୍ରୀ ଆଉ ଏକ କପିକୁ ଗୃହରେ ଉପସ୍ଥାପନ କରିଥିଲେ।

Parliament LIVE: TMC's Santanu Sen snatches Ashwini Vaishnaw's statement on Pegasus, tears it amid uproar - India Today
indiatoday.in

ସେହି ସମୟରେ ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିଲେ ଉପାଧ୍ୟକ୍ଷ ହରିବଂଶ। ଏଭଳି ଅସଂସଦୀୟ ବ୍ୟବହାରରୁ ବିରତ ରହିବା ପାଇଁ‌ ସେ ସଦସ୍ୟମାନଙ୍କୁ କହିଥିଲେ। ଏହାପରେ ସେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର