ରାଜ୍ୟସଭା ନିର୍ବାଚନ: ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ବିହାରରୁ ଜେଡିୟୁ ପ୍ରାର୍ଥୀ ମହେନ୍ଦ୍ର ପ୍ରସାଦ ହେଉଛନ୍ତି ୪ ହଜାର କୋଟି ଟଙ୍କା ସଂପତ୍ତିର ଅଧିକାରୀ। ଚଳିତ ରାଜ୍ୟସଭା ନିର୍ବାଚନରେ ସମ୍ଭବତଃ ସେ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ୭୮ ବର୍ଷୀୟ ମହେନ୍ଦ୍ର ପ୍ରସାଦ ୭ମ ଥର ଲାଗି ରାଜ୍ୟସଭାକୁ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ। ମହେନ୍ଦ୍ରଙ୍କର ଦୁଇଟି ଫାରମାସେଟିକାଲ କଂପାନୀ ରହିଛି। ତାଙ୍କ ନାମରେ କୌଣସି କାର ବା ବିମା ପଲିସି ନଥିଲେ ମଧ୍ୟ ତାଙ୍କ ପାଖରେ ୪୧ ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ୨୦୧୬-୧୭ ପାଇଁ ସେ ଦାଖଲ କରିଥିବା ଆୟକର ରିଟର୍ନରେ ୩୦୩ କୋଟି ୫୦ ଲକ୍ଷ ଟଙ୍କାର ଆୟ ଦର୍ଶାଇଛନ୍ତି। ସେ ୨୧୧ଟି ଦେଶ ଯାତ୍ରା କରିଛନ୍ତି। ସେ ୫୩ ଥର ବ୍ରିଟେନ ଯାଇଥିବା ବେଳେ ୧୦ ଥର ଆମେରିକା ଯାଇଛନ୍ତି। ୨୦୦୨ରୁ ୨୦୦୩ ମଧ୍ୟରେ ଗୋଟିଏ ବର୍ଷରେ ୮୪ଟି ଦେଶ ଭ୍ରମଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୯୮୦ରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ କଂଗ୍ରେସ ତାଙ୍କୁ ରାଜ୍ୟସଭା ପଠାଇଥିଲା। ଏହାପର ଠାରୁ ସେ କ୍ରମାଗତ ଭାବେ ରାଜ୍ୟସଭାକୁ ଆରଜେଡି/ ଜେଡିୟୁ ଟିକଟରେ ନିର୍ବାଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର