ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିସନ୍ ପକ୍ଷରୁ ସୂଚନା ଦିଆଯାଇଛି । କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ମେ ୨୬ରେ ବିଜ୍ଞପ୍ତି ଜାରି ହେବ। ଜୁନ୍ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ। ଜୁନ୍ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିହେବ ବୋଲି କମିସନଙ୍କ ପକ୍ଷରୁ ଜାରି ବିବୃତିରେ ଉଲ୍ଲେଖ କରାଯାଇଛି। ଆବଶ୍ୟକସ୍ଥଳେ ଜୁନ୍ ୧୩ ତାରିଖରେ ମତଦାନ  ଗ୍ରହଣ କରାଯିବ ଏବଂ ସେହିଦିନ ୫ଟା ବେଳେ ଭୋଟ୍ ଗଣତି ହେବ।

ସୂଚନାଯୋଗ୍ୟ,  ଏପ୍ରିଲ୍ ୨୧ ତାରିଖରେ  କଟକ ମେୟର ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ। ଏହି ଅବସରରେ ସୁବାସ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ମୁଁ ଗୋଟିଏ ପଦବିରେ ରହି କାମ କରିବି। କଟକର ମେୟର ଭାବରେ ରହି କାମ କରିବି। ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି। ଭାରତବର୍ଷରେ କିଭଳି ନଦୀ ଏବଂ ଜଙ୍ଗଲ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାରେ ଲାଗିଛି ସେ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିଛି। ଯାହା ଏବେ ଆଇନଗତ ଦିଗକୁ ଯାଉଛି। ସେ ଗତ ୨୦୨୦ ମସିହା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର