ନୂଆଦିଲ୍ଲୀ : କିନ୍ନରଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସଜେଣ୍ଡର ପର୍ସନ୍ସ (ଅଧିକାର ରକ୍ଷା)ବିଲ-୨୦୧୯ ରାଜ୍ୟସଭାରେ ଆଜି ଗୃହୀତ ହୋଇଛି । ଦେଶରେ କିନ୍ନର ମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଉନ୍ନତି ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଗତ ନଭେମ୍ବର ୨୦ରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥଓ୍ଵରଚନ୍ଦ ଗେହଲୋଟ ଏହି ବିଲକୁ ଆଗତ କରିଥିଲେ ।

Advertisment

ଏହା ପୂର୍ବରୁ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପ୍ରସ୍ତାବ ୭୦-୫୫ ଭୋଟରେ କାଟ ଖାଇଥିଲା । ଡିଏମକେ, ତୃଣମୂଳ କଂଗ୍ରେସ ପକ୍ଷରୁ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରାଯାଇଥିଲା । ଏହି ବିଲରେ କିନ୍ନର ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ ବୋଲି ଡିଏମକେ ଏମପି ତିରୁଚି ଶିବା ଅଭିଯୋଗ କରି ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । ଗତ ଅଗଷ୍ଟ ମାସରେ ଏହି ବିଲ ଲୋକସଭାରେ ଗୃହୀତ ହୋଇଥିଲା । ବିରୋଧୀ ଦଳଙ୍କ ବିରୋଧ ସତ୍ତ୍ୱେ ଏହା ବାଚନିକ ଭୋଟରେ ଗୃହୀତ ହୋଇଥିଲା ।