ରାଜ୍ୟସଭାରେ ଓଡ଼ିଶାର ପୂର୍ବତନ ସାଂସଦ ତଥା ଦିବଙ୍ଗତ ଗାନ୍ଧୀବାଦୀ ନେତା ଏଭି ସ୍ବାମୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଆରମ୍ଭ ହେବା ମାତ୍ରେ ରାଜ୍ୟସଭାରେ ଓଡ଼ିଶାରୁ ନିର୍ବାଚିତ ପୂର୍ବତନ ସାଂସଦ ତଥା ଦିବଙ୍ଗତ ଗାନ୍ଧୀବାଦୀ ନେତା ଏଭି ସ୍ବାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଉପସ୍ଥିତ ସମସ୍ତ ସାଂସଦ ଠିଆ ହୋଇ ନିରବ ପ୍ରାର୍ଥନା କରିଥିଲେ ।

Image result for rajya sabha
image source-ndtv.com

ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଦିବଂଗତ ନେତା ଏଭି ସ୍ବାମୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଗୁଣଗାନ କରିଥିଲେ ।
ସୂଚନାଯୋଗ୍ୟ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଗାନ୍ଧୀବାଦୀ ଓ ସମାଜସେବୀ ଏ. ଭି. ସ୍ବାମୀ (୯୧) ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆରରୋଡ଼ ୱାର୍ଡ ନଂ ୮ ନିଜ ବାସଭବନରେ ପରଲୋକ ଘଟିଥିଲା। ଚଳିତ ବର୍ଷ; ଜାନୁଆରି ୧ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର ଖରିଆରରୋଡ଼ଠାରେ କରାଯାଇଥିଲା।
ପ୍ରକାଶ ଯେ, ସ୍ବର୍ଗତ ଏ. ଭି. ସ୍ବାମୀ ୧୯୨୯ ମସିହା ଜାନୁଆରି ୧୪ ତାରିଖ ଦିନ ନବରଙ୍ଗପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପୂରାନାମ ଥିଲା ଆଲାଜାଙ୍ଗି ବିଶ୍ବନାଥ ସ୍ବାମୀ। ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବାକୁ ଘରୁ ବାହାର କରୁଥିବା ସମୟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏ. ଭି. ୧୯୭୧ରୁ ୧୯୮୪ ପର୍ଯ୍ୟନ୍ତ ଏକ ଅକ୍ସଫାମ୍ପ ସଂସ୍ଥାରେ କାମ କରୁଥିଲେ। ପରେ ନୂଆପଡ଼ା ଜିଲ୍ଲାରେ ବିଶ୍ବାସ ସଂସ୍ଥାର ନିର୍ଦେଶକ ଥିଲେ।

୪ ଏପ୍ରିଲ ୨୦୧୩ରୁ ୩ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ ଓଡ଼ିଶାର ବିଭିନ୍ନ ସମସ୍ୟା ଉପରେ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ସେ ରେଳବାଇ ବୋର୍ଡର ମଧ୍ୟ ସଦସ୍ୟ ଥିଲେ। ତାଙ୍କର ସଫଳତା ନୂଆପଡ଼ା ଜିଲ୍ଲା ପାଇଁ ଗୌରବ ଆଣି ଦେଇଥିଲା

ସମ୍ବନ୍ଧିତ ଖବର