ରାକେଶ ଆସ୍ଥାନାଙ୍କ ବିରୋଧରେ ଅଭିଯୋଗର ଆଣିଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି :ସିବିଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅପରାଧ ଅନୁସନ୍ଧାନ ସଂସ୍ଥା, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ୍‌ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ହାଇଦ୍ରାବାଦର ବ୍ୟବସାୟୀ ସତୀଶ ସନା ବାବୁଙ୍କ ସତ୍ୟତା ପରୀକ୍ଷଣ ଲାଗି ଏହି ଟେଷ୍ଟ କରାଯାଇଥିଲା।

ସେଥିରେ ଏହା ଜାଣିବାକୁ ସିବିଆଇ ଚେଷ୍ଟା କରିଥିଲା କି ଦୁବାଇସ୍ଥିତ ଦୁଇ ଭାଇ ମନୋଜ ପ୍ରସାଦ ଏବଂ ସୋମେଶ ପ୍ରସାଦଙ୍କୁ ରାକେଶ ଆସ୍ଥାନାଙ୍କ ପକ୍ଷରୁ ସତୀଶ ସନା ବାବୁ ତିନି କୋଟି ଟଙ୍କା ଲାଞ୍ଚ ଦେଇଥିିବା କଥାସତ୍ୟ କି ନା।ଏଠାରେ ସୂଚନାଯୋଗ୍ୟ ଯେ ସତୀଶ ସନା ବାବୁ ଗତ ବର୍ଷ ଅକେଟାବର ମାସରେ ରାକେଶ ଆସ୍ଥାନାଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ଏହି ଅର୍ଥ ବିବାଦାସ୍ପଦ ମାଂସ ରପ୍ତାନିକାରୀ ମୋଇନ୍‌ କୁରେସୀ ବିରୋଧରେ ୨୦୧୬ରେ ଏକ ମାମଲାରେ ଯାଞ୍ଚ ବେଳେ ତାଙ୍କୁ ରକ୍ଷା କରାଯିବାକୁ ଦିଆଇଥିବାର ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର