ଶ୍ୱଶୁର ଓ ବାପାଙ୍କ ଟଙ୍କାକୁ କେବେ ବି ସେୟାର ବଜାରରେ ନିବେଶ କରିବ ନାହିଁ, ଏଭଳି କାହିଁକି କହୁଥିଲେ ରାକେଶ ଜାଣନ୍ତି କି?

ମୁମ୍ବାଇ: ଭାରତୀୟ ସେୟାର ବଜାରର ବିଗ ବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲା ଆଉ ଆମ ଗହଣରେ ନାହାନ୍ତି | ତେବେ ରାକେଶଙ୍କର ଏମିତି କିଛି ପରାମର୍ଶ ରହିଛି ଯାହାକି ସେୟାର ବଜାରରେ ନିବେଶ କରିବା ପୂର୍ବରୁ ସମସ୍ତେ ଜାଣିବା କଥା | ସେୟାର ବଜାରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ଥିବାବେଳେ ନିବେଶକମାନେ ତାଙ୍କର ପରାମର୍ଶକୁ ସବୁବେଳେ ଗ୍ରହଣ କରୁଥିଲେ | ତେବେ ରାକେଶ ପରାମର୍ଶ ଭାବରେ ଅନେକ ଥର କହିଥିଲେ ଯେ ଶ୍ୱଶୁର ଓ ବାପାଙ୍କର ଟଙ୍କାକୁ କେବେ ବି ସେୟାର ବଜାରରେ ନିବେଶ କରନ୍ତୁ ନାହିଁ |

ରାକେଶ କୁହନ୍ତି ଯେ ଲୋକମାନେ କିଛି ବୁଝି ନ ସୁଝି ସେୟାର ବଜାରରେ ଟ୍ରେଡିଂ କରୁଛନ୍ତି | କିନ୍ତୁ ଏଭଳି ଲୋକଙ୍କୁ ସବୁବେଳେ କହିବି ଯେ ନିଜେ ରୋଜଗାର କରି ହିଁ ସେହି ଟଙ୍କାକୁ ସେୟାର ବଜାରରେ ନିବେଶ କରନ୍ତୁ | ଏହା ଦ୍ୱାରା ସେମାନଙ୍କୁ ଟଙ୍କାର ମହତ୍ୱ ବାବଦରେ ଜଣାପଡିବ | ରାକେଶଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ ଅନେକ ଛୋଟ-ବଡ ନିବେଶକ ଆପଣଙ୍କ କଥାକୁ ଧ୍ୟାନର ସହକାରେ ଶୁଣନ୍ତି | ସେମାନଙ୍କୁ ନିବେଶ ନେଇ କଣ ପରାମର୍ଶ ଦେବେ |

ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ କିଛି ଲୋକ ଅଛନ୍ତି ଯେଉଁମାନେ କାହା କଥା ଶୁଣନ୍ତି ନାହିଁ | ମୁଁ ଜୁନ-୨୦୨୦ ମସିହାରେ ସମସ୍ତଙ୍କୁ କହୁଥିଲି ଯେ ସେୟାର କିଣ | କେହି ବି ମୋ କଥା ଶୁଣିନଥିଲେ | ଯଦି ସେତେବେଳେ ଶୁଣିଥାନ୍ତେ ତେବେ ବର୍ତ୍ତମାନ ଟଙ୍କା ରୋଜଗାର ହୋଇପାରିଥାନ୍ତା |

ସମ୍ବନ୍ଧିତ ଖବର