ନୂଆଦିଲ୍ଲୀ,ସଂସଦର ଶୀତକାଳୀନ ଅଧିବେଶନରେ ଅଯୋଧ୍ୟା ପ୍ରସଙ୍ଗ ନେଇ ସରଗରମ ଚର୍ଚ୍ଚା ହେବା ଅନୁମାନ କରାଯାଉଛି। ଆରଏସ୍ଏସ୍ ଚିନ୍ତକ ତଥା ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାଇଭେଟ ମେମ୍ବର ବିଲ୍ ଆଣିବାକୁ ଘୋଷଣା କରିଛନ୍ତି। ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସିପିଏମ୍ ନେତା ସୀତାରାମ ୟେଚୁରୀ ଏବଂ ବିଏସ୍୍ପି ସୁପ୍ରିମୋ ମାୟାବତୀ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଏବଂ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ସିହ୍ନା କହିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଅଯୋଧ୍ୟା ମାମଲା ସାଧାରଣରେ ଏବେ ବିତର୍କର ବିଷୟ ପାଲଟିଥିବା ବେଳେ ଆଗାମୀ ଶୀତ ଅଧିବେଶନ ଏହାକୁ ନେଇ ସରଗରମ ହେବ ବୋଲି କୁହାଯାଉଛି। ନିକଟରେ ସୁପ୍ରିମ୍ କୋର୍ଟ ରାମ ମନ୍ଦିର-ବାବ୍ରି ମସ୍ଜିଦ ଜମି ବିବାଦର ଶୁଣାଣିକୁ ଆସନ୍ତା ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଥିବାରୁ ଏହାକୁ ଆରଏସ୍ଏସ୍, ବିଶ୍ବ ହିନ୍ଦୁ ପରିଷଦ ଭଳି ହିନ୍ଦୁ ସଂଗଠନଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି। ମୋଦୀ ସରକାର ଏହି ମାମଲାରେ ତୁରନ୍ତ ଅଧ୍ୟାଦେଶ ଆଣିବାକୁ ପ୍ରବଳ ଚାପ ସୃଷ୍ଟି ହୋଇଛି। ତେବେ ରାମ ମନ୍ଦିର ନିର୍ମାଣ ନେଇ ଆଇନ ଆଣିବା ଏତେ ସହଜ ହେବନାହିଁ ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି।
ବିଲ୍ ଆଣିବେ ରାକେଶ ସିହ୍ନା, ଅଭିମୁଖ୍ୟ ସ୍ପଷ୍ଟ କରିବାକୁ ବିରୋଧୀ ଦଳ ନେତାଙ୍କୁ ଆହ୍ବାନ
/sambad/media/post_attachments/wp-content/uploads/2018/11/Rakesh-Sinha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)