ନୂଆଦିଲ୍ଲୀ: ଗାଜିପୁର ସୀମାରେ ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଭାରତୀୟ କିଷାନ ସଂଘ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ସମ୍ପ୍ରତି ପଶ୍ଚିମ ଉତ୍ତରପ୍ରଦେଶର ଜଣେ ନିର୍ବିବାଦୀୟ ନେତା ଭାବେ ବିବେଚିତ। ତେବେ ଗତ ୨୬ ତାରିଖରେ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ଦେଖାଦେଇଥିବା ହିଂସାକାଣ୍ଡ ପରେ ଟିକାୟତ ଲୋକଲୋଚନରେ ବେଶୀ ପ୍ରକଟିତ ହୋଇଛନ୍ତି। ନବେ ଦଶକରେ ରାଜୀବ ଗାନ୍ଧି ସରକାରଙ୍କ ବିରୋଧରେ ଉତ୍ତରପ୍ରଦେଶର ହଜାର ହଜାର ଚାଷୀଙ୍କୁ ଏକାକୀ ଏକଜୁଟ କରିପାରିଥିବା ଚାଷୀ ନେତା ସ୍ବର୍ଗତ ମହେନ୍ଦ୍ର ସିଂହ ଟିକାୟତଙ୍କ ଯୋଗ୍ୟ ପୁତ୍ର ରାକେଶଙ୍କ ଏହି ଅଭିଯାନ କେବେ ସହଜସାଧ୍ୟ ନଥିଲା। ୧୯୮୫ ମସିହାରେ ଦିଲ୍ଲୀ ପୁଲିସରେ ଜଣେ କନେଷ୍ଟବଳ ଭାବେ ଯୋଗଦେଇଥିବା ରାକେଶ ବାପାଙ୍କ ନେତୃତ୍ବରେ ଚାଲିଥିବା କୃଷକ ଆନ୍ଦୋଳନକୁ ବନ୍ଦ କରିବା ଲାଗି ରାଜନୈତିକ ଚାପର ଶିକାର ହୋଇଥିଲେ। ତେବେ ସେ ପିତାଙ୍କୁ ମନାଇବାରେ ବିଫଳ ହେବା ସହ ନିଜ ଚାକିରିରୁ ଇସ୍ତଫା ମଧ୍ୟ ଦେଇଥିଲେ।
ପରେ ସେ ରାଜନୀତିରେ ବାରମ୍ବାର ନିଜ ଭାଗ୍ୟ ପରୀକ୍ଷା କରି ବିଫଳ ହୋଇଥିଲେ। ୨୦୦୭ ମସହାରେ ୟୁପି ବିଧାନସଭା ନିର୍ବାଚନରେ ଅସଫଳ ହେବା ସତ୍ତ୍ବେ ୨୦୧୪ ଲୋକସଭା ନିର୍ବାଚନରେ ଅଜିତ୍ ସିଂହଙ୍କ ଲୋକଦଳ ପକ୍ଷରୁ ଲଢ଼େଇ କରିଥିଲେ। ତେବେ ସେଥର ସେ ନିଜ ଅମାନତ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/tikayat1.jpg)