ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଜି ଚାଷୀ ନେତା ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ଼ ହୋଇଛି ଏବଂ ତାଙ୍କ ଉପରକୁ ମାଇକ୍ରୋଫୋନ୍ରେ ମଧ୍ୟ ଆକ୍ରମଣ ହୋଇଛି। ସାମ୍ବାଦିକ ସମ୍ମିଳନୀ ଚାଲିଥିବାବେଳେ ପ୍ରଥମେ ଜଣେ ବ୍ୟକ୍ତି ତାଙ୍କୁ ମାଇକ୍ରୋଫୋନ୍ରେ ଆକ୍ରମଣ କରିଥିଲେ ଏବଂ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳି ଫୋପାଡ଼ିଥିଲେ। ଟିକାୟତଙ୍କ ସହଯୋଗୀମାନେ ଆକ୍ରମଣକାରୀକୁ କାବୁ କରିବା ପାଇଁ ଚେଷ୍ଟା କଲାବେଳେ ସେଠାରେ ସଂଘର୍ଷ ଉପୁଜିଥିଲା। ଲୋକମାନେ ପରସ୍ପର ଉପରକୁ ଚେୟାର ଫୋପାଡ଼ିଥିଲେ। ଉକ୍ତ କାର୍ଯ୍ୟକ୍ରମ ସମୟରେ ଅନ୍ୟ ଚାଷୀ ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉକ୍ତ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଇତି ମଧ୍ୟରେ କିଷାନ ଏକତା ମୋର୍ଚ୍ଚା ଏହି କାଳି ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଏଭଳି କାର୍ଯ୍ୟ ଆମର ମନୋବଳ ଭାଙ୍ଗିବାପାଇଁ କରାଯାଉଛି ବୋଲି କିଷାନ ଏକତା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଟିକାୟତ ଗତକାଲି ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାର କକଡ଼ା ଗ୍ରାମରେ ‘କିଷାନ ମଜଦୁର ପଞ୍ଚାୟତ’ କରିଥିଲେ। ଏହି ସମୟରେ ଟିକାୟତ କହିଥିଲେ ଯଦି ଗ୍ରାମୀଣ ଅଞ୍ଚଳଗୁଡ଼ିକୁ ବିଦ୍ୟୁତ ସଂଯୋଗ ନହୁଏ ତେବେ ସେ ସହରାଞ୍ଚଳରେ ବିଦ୍ୟୁତ୍ ସଂଯୋଗ କାଟିଦେବେ।
ରାକେଶ ଟିକାୟତଙ୍କୁ ବେଙ୍ଗାଲୁରୁରେ କାଳି ମାଡ଼
/sambad/media/post_attachments/wp-content/uploads/2022/05/tikayat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)