କୃଷି ଆଇନ ଉଛେଦ ବିଲ ପାରିତ ହେବା ପରେ ଏଭଳି କହିଲେ କୃଷକ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହୋଇଛି ୩ କୃଷି ଆଇନ ଉଛେଦ ବିଲ | କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ବିଲ ଆଣିଥିବାବେଳେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ବିଲ ଲୋକସଭାରେ ପାରିତ ହୋଇଛି | ବାଚନିକ ଭୋଟରେ ବିଲ ପାରିତ ନେଇ ବାଚସ୍ପତି ଘୋଷଣା କରିଛନ୍ତି | ତେବେ ସଂସଦରେ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ବିଲ୍ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା ଆନ୍ଦୋଳନ ବେଳେ ଜୀବନ ହରାଇଥିବା ୭୫୦ଚାଷୀଙ୍କ ପାଇଁ ଏକ ଶ୍ରଦ୍ଧାଂଜଳି ବୋଲି କହିଛନ୍ତି ଟିକାୟତ ।

ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଥିବା ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ । ପୂର୍ବ ଘୋଷଣା ଅନୁଯାୟୀ ଏହାକୁ ଲୋକସଭାରେ ଆଗତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ଚାଷୀମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ କୃଷି ଆଇନ ପ୍ରତ୍ୟାହାର ବିଲ ଶୀତ ଅଧିବେଶନର ଆଣିବାକୁ ଘୋଷଣା କରିଥିଲେ ମୋଦୀ ସରକାର । ଏହାକୁ ଅଧ୍ୟାଦେଶ ଆକାରରେ ଅଣାଯାଇଥିବାବେଳେ ପ୍ରବଳ ବିରୋଧ କରିଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହା ଉପରେ ଗୃହରେ ଆଲୋଚନା ପାଇଁ ଦାବି କରି ହଟ୍ଟଗୋଳ କରିଥିଲେ ।ତଥାପି ବିରୋଧୀଙ୍କ ପାଟିତୁଣ୍ଡ ଭିତରେ ବାଚନିକ ଭୋଟରେ ବିଲ ଲୋକସଭାରେ ପାସ ହୋଇଛି ।

ସମ୍ବନ୍ଧିତ ଖବର