ହେମା ମାଳିନୀଙ୍କୁ ରାକ୍ଷୀଙ୍କ ଜବାବ; ମୁଁ ଦ୍ବିତୀୟ ସ୍ମୃତି ଇରାନୀ ହେବି

ନୂଆଦିଲ୍ଲୀ: ମୁଁ ଦ୍ବିତୀୟ ସ୍ମୃତି ଇରାନୀ ହେବି। ଏଭଳି କହି ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀଙ୍କୁ ଜବାବ ଦେଇଛନ୍ତି ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ମଥୁରାରୁ ଆଗାମୀ ନିର୍ବାଚନରେ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବେ ବୋଲି ଶନିବାର ହେମା ମାଳିନୀଙ୍କୁ ପ୍ରଶ୍ନ କରାଯାଇଥିଲା।

ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଜଣେ ଗଣମାଧ୍ୟମ ପ୍ରତିନିଧି ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ କଙ୍ଗନା ରାଣାୱତ୍‌ ମଥୁରାରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା କଥା କହୁଛନ୍ତି। ଯାହାକୁ ଶୁଣିବା ମାତ୍ରେ ହେମା ମାଳିନୀ କହୁଛନ୍ତି, ‘ବଢ଼ିଆ, ଖୁବ୍ ଭଲ।’ ତାପରେ ଗଣମାଧ୍ୟମ ପ୍ରତିନିଧି ଜଣକ ପଚାରୁଛନ୍ତି, ‘ଏଥିରେ ଆପଣଙ୍କ ବିଚାର କ’ଣ?’ ଯାହାର ଉତ୍ତରରେ ହେମା କହୁଛନ୍ତି, ‘ବିଚାର ମୁଁ କ’ଣ କହିବି? ମୋ ବିଚାର ଭଗବାନଙ୍କ ଉପରେ। ଭଗବାନ କୃଷ୍ଣଙ୍କର ଯାହା ଇଛ‌ା ସେ କରିବେ। ମଥୁରାର ଯିଏ ସାଂସଦ ବନିବାକୁ ଚାହିଁବେ ତାଙ୍କୁ ତ ଆପଣମାନେ ବନିବାକୁ ଦେବେ ନାହିଁ। ଯଦି ଆପଣମାନେ ମୁଣ୍ଡରେ ରଖିଛନ୍ତି ଯେ ଫିଲ୍ମ ଷ୍ଟାର୍‌ ହିଁ ବନିବେ। ଆପଣଙ୍କୁ ଫିଲ୍ମ ଷ୍ଟାର୍‌ ହିଁ ଦରକାର। ତେବେ କାଲି ରାକ୍ଷୀ ସାୱନ୍ତଙ୍କୁ ବି ସାଂସଦ ବନେଇ ଦେବେ।’

ହେମାଙ୍କ ଏଭଳି ବୟାନ ପରେ ତାଙ୍କୁ ଜବାବ ଦେଇ ରାକ୍ଷୀ କହିଛନ୍ତି, ଆଜି ମୁଁ ବହୁତ ଖୁସି। ପ୍ରକୃତରେ ଏହା ଗୁପ୍ତ ଥିଲା ଯେ ମୁଁ ୨୦୨୪ରେ ନିର୍ବାଚନ ଲଢ଼ିବାକୁ ଯାଉଛି। ମୋଦୀଜୀ ଏବଂ ଅମିତ ଶାହାଜୀ ଏହି ଘୋଷଣା କରିଥାନ୍ତେ। କିନ୍ତୁ ମୋର ସୌଭାଗ୍ୟ ଯେ, ମୋ ସ୍ବିଟହାର୍ଟ ହେମା ମାଳିନୀ ଏହି ଘୋଷଣା କରିଛନ୍ତି।  ତେବେ ସେ ମୋଦୀଜୀ ହୁଅନ୍ତୁ କି ହେମାଜୀ, ମୋ ପାଇଁ ଦୁହେଁ ସମାନ। ମୁଁ ଦ୍ବିତୀୟ ସ୍ମୃତି ଇରାନୀ ହେବାକୁ ଯାଉଛି । ମୁଁ ବହୁତ ଖୁସି ଯେ ମୁଁ ବର୍ତ୍ତମାନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ହଁ, ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ଏବଂ ଆପଣ ସମସ୍ତେ ମୋତେ ସମର୍ଥନ କରିବେ, ନୁହେଁ କି? ମୋ ପାଇଁ ଏପରି ଭଲ କଥା କହିଥିବାରୁ ହେମା ମାଳିନୀଜୀଙ୍କୁ ଧନ୍ୟବାଦ।

ସମ୍ବନ୍ଧିତ ଖବର