ନୂଆଦିଲ୍ଲୀ : ଚଳିତ ବର୍ଷ ଅନେକ ବଡ଼ ବଡ଼ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ । ଡିିସେମ୍ବର ୧୨ରେ ମୁମ୍ବାଇସ୍ଥିତ ବାସଭବନରେ ବିବାହ ହେବାକୁ ଥିବା ବେଳେ ଡିିସେମ୍ବର ୮ ଏବଂ ୯ରେ ଉଦୟପୁରରେ ପ୍ରିେଓ୍ଵଡ଼ିଙ୍ଗ ସେରିମନି ପାଳନର ବ୍ୟବସ୍ଥା କରାଯାଇଛି । ଗତକାଲି ଅମ୍ବାନୀ ପରିବାର ଉଦୟପୁରରେ ପହଞ୍ଚିଥିବା ବେଳେ ବିବାହ ପୂର୍ବ ଉତ୍ସବର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇ ଯାଇଛି ।
ସୋସିଆଲ୍ ନେଟଓ୍ଵାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଫଟୋରେ ଦେଖିବାକୁ ମିଳିଛି କି ମୁକେଶ ଅମ୍ବାନୀ, ନିତା ଅମ୍ବାନୀ ବଲିଉଡ୍ ଡିିଜାଇନର ମନୀଷ ମଲହୋତ୍ରାଙ୍କୁ ସାଥିରେ ନେଇ ପ୍ରିେଓ୍ଵଡ଼ିଙ୍ଗ ପାଳନ ହେବାକୁ ଥିବା ସ୍ଥାନରେ ପହଞ୍ଚଛନ୍ତି। ସେହି ସମୟରେ ଫଟୋ ଡ଼ିଜାଇନର ମନୀଷ ନିଜ ଇନ୍ଷ୍ଟାରେ ପୋଷ୍ଟ କରି ଉଦୟପୁର କ୍ୟାପ୍ସନ ରଖିଥିବା ଦେଖିବାକୁ ମିଳିଛି । ବିବାହ ପୂର୍ବର ପ୍ରସ୍ତୁତି ଦେଖିବା ପରେ ଇଶାଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ହେବ ବୋଲି ଆଶା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/manish_1-1.jpeg)