ନୂଆଦିଲ୍ଲୀ : ପୁରୁଷ ବନ୍ଧୁ ଆଦିଲ ଦୁରାନିଙ୍କୁ ବିବାହ କରିବା ପରେ ରାକ୍ଷୀ ସାୱନ୍ତ ତାଙ୍କ ବଦଳାଇଥିବା ଚର୍ଚ୍ଚା ହେଉଛି। ଇନଷ୍ଟାଗ୍ରାମରେ ରାକ୍ଷୀ ତାଙ୍କ ବିବାହ ଫଟୋ ପୋଷ୍ଟ କରିଛନ୍ତି। ତେବେ ତାଙ୍କ ବିବାହ ପ୍ରମାଣପତ୍ରର ଫଟୋ ନଜରକୁ ଆସିଛି। ଏଥିରେ ସେ ରାକ୍ଷୀ ସାୱନ୍ତ ଫତିମା ଭାବେ ଦସ୍ତଖତ କରିଛନ୍ତି। ତେଣୁ ବିବାହ ପାଇଁ ସେ ନାଁ ବଦଳାଇଥିବା ଅନୁମାନ କରାଯାଉଛି। ‌ଉଲ୍ଲେଖଯୋଗ୍ୟ ରାକ୍ଷୀଙ୍କ ମା’ ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ହୋଇ ଏବେ ତାଜ୍‌ ମେମୋରିଆଲ କ୍ୟାନସର ହସ୍ପିଟାଲ‌ରେ ଚିକିତ୍ସିତ ହେଉଛନ୍ତି।