ମୁମ୍ବାଇ : ଆଦିଲ ଖାନ୍ ଦୁରାନିଙ୍କ ସହ ରାକ୍ଷୀ ସାୱନ୍ତଙ୍କ ବିବାହକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଅଭିନେତ୍ରୀଙ୍କୁ ଏବେ କଠିନ ସମୟ ଦେଇ ଗତି କରିବାକୁ ପଡ଼ୁଛି। ଫଟୋ ସାମ୍ବାଦିକଙ୍କ ସହ କଥା ହେଲାବେଳେ ଉତ୍ତେଜନାବଶତଃ ରାକ୍ଷୀ ନିଜ ଗାଲକୁ ନିଜେ ଚାପୁଡ଼ା ମାରିଥିଲେ ଏବଂ ଆଦିଲ ଖାନ୍‌ଙ୍କ ପରି ଲୋକଙ୍କୁ କାହିଁକି ଭଲ ପାଇଲେ ଓ ବିଶ୍ବାସ କଲେ ବୋଲି କହି କାନ୍ଦିଥିଲେ।

Advertisment

ରାକ୍ଷୀ କହିଥିଲେ ତାଙ୍କୁ ହୁଏତ ଅନ୍ୟ ଝିଅମାନଙ୍କ ପରି ଦୁର୍ଭାଗ୍ୟ ବରଣ କରିବାକୁ ପଡ଼ିଥାନ୍ତା, ଯେଉଁମାନଙ୍କ କଟା ଶବ ଫ୍ରିଜ୍‌ମାନଙ୍କରୁ ଉଦ୍ଧାର କରାଯାଇଛି। ଆଦିଲ ତାଙ୍କୁ ମାରିବାକୁ ଯୋଜନା କରିଥିଲେ ବୋଲି ରାକ୍ଷୀ ଅଭିଯୋଗ କରିଛନ୍ତି।

ଏକ ଭାଇରାଲ ଭିଡ଼ିଓରେ ରାକ୍ଷୀ ସାୱନ୍ତ କହିଛନ୍ତି,- ଆମେ ଦୌରା କୋର୍ଟକୁ ଯିବୁ। ସେଠୁ ନ୍ୟାୟ ନ ମିଳିଲେ ହାଇକୋର୍ଟକୁ ଯିବୁ। ଆଦିଲ ମୋତେ ବହୁଦିନ ତଳୁ ଛାଡ଼ିବାକୁ ଯୋଜନା କରିଥିଲେ। ଖାଲି ସେତିକି ନୁହେଁ, ସେ ମୋତେ ହତ୍ୟା କରିବାକୁ ବି ଯୋଜନା କରିଥିଲେ ବୋଲି ରାକ୍ଷୀ ଅଭିଯୋଗ କରିଛନ୍ତି।
ରାକ୍ଷୀ ପୁଣି କହିଛନ୍ତି ଯେ ସେ ସକାଳେ ନମାଜ କଲାବେଳେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ- ହେ ପ୍ରଭୁ! ଆଦିଲଙ୍କୁ ଭଲ କରିଦିଅ, ଯାହାଫଳରେ ଜେଲଯାତ୍ରା ପରେ ସେ ଜଣେ ଭଲ ମଣିଷ ହୋଇ ବାହାରନ୍ତୁ।

ନିକଟରେ ରାକ୍ଷୀ ଅଭିଯୋଗ କରିଥିଲେ ଯେ ସେ ହିନ୍ଦୁ ହୋଇଥିବାରୁ ଆଦିଲଙ୍କ ପରିବାର ତାଙ୍କୁ ଘରେ ପୂରାଇବାକୁ ମନା କରିଦେଇଛନ୍ତି। ସାମ୍ବାଦିକମାନଙ୍କୁ ମହୀଶୂର କୋର୍ଟ ବାହାରେ ଏହା କହିଲାବେଳେ ରାକ୍ଷୀ କାନ୍ଦି ପକାଇଥିଲେ। ରାକ୍ଷୀ କହିଥିଲେ ଯେ ସେ ସକାଳେ ଆଦିଲଙ୍କ ବାପାଙ୍କୁ ଫୋନ କରିଥିଲେ। ସେ ହିନ୍ଦୁ ହୋଇଥିବାରୁ ଆଦିଲଙ୍କ ବାପା ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଲେ। ଏହାପରେ ସେ କହିଥିଲେ ଯେ ସେ ଏବେ ଇସଲାମକୁ ଗ୍ରହଣ କରିସାରିଲେଣି ଏବଂ ତାଙ୍କ ପୁଅ ତାଙ୍କୁ ବିବାହ କରିଛନ୍ତି। ତା’ ସତ୍ତ୍ବେ ଆଦିଲଙ୍କ ବାପା ଫୋନ୍ କାଟିଦେଲେ ଓ ଆଉ ଫୋନ୍ ଧରିଲେ ନାହିଁ। ଆଦିଲ ତାଙ୍କୁ ବାରମ୍ବାର ତଲାକ ଦେବାକୁ ଧମକ ଦେଉଛନ୍ତି। ସେ ଛାଡ଼ପତ୍ର ନୁହେଁ, ନ୍ୟାୟ ଚାହାନ୍ତି ବୋଲି ରାକ୍ଷୀ କହିଛନ୍ତି।