ଏଟିଏମ୍ ମାଧ୍ୟମରେ ଚାଉଳ ଯୋଗାଉଛନ୍ତି ହାଇଦ୍ରାବାଦର ରାମ, ୧୫ ହଜାର ଲୋକଙ୍କୁ ଯୋଗାଇ ସାରିଲେଣି ଅତ୍ୟାବଶ୍ୟକୀୟ ସାମଗ୍ରୀ

ହାଇଦ୍ରାବାଦ: କରୋନା ମାହାମାରୀ ପାଇଁ ଏବେ ସାରା ବିଶ୍ୱରେ ହା ହାକାର ପଡିଛି । କିଏ କାମ ହରାଇଛି ତ କିଏ ଜୀବନ । ସବୁଠାରୁ ବେଶି ଅସୁବିଧାରେ ଜୀବନ ଅତିବାହିତ କରୁଛନ୍ତି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ। ଯେଉଁମାନେ କି ଅତ୍ୟାବଶ୍ୟକୀୟ ଖାଦ୍ୟ ଯୋଗାଡ଼ କରିବାରେ ଅସମର୍ଥ ହେଉଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ରାମୁଙ୍କ ଚାଉଳ ଏଟିଏମ୍ ଗରିବ ଲୋକଙ୍କ ପାଇଁ ବରଦାନ ସଦୃଶ ହୋଇଛି।

Covid-19 Hero: This Hyderabad Man Has Been Running 'Rice ATM' to Feed The Hungry

ହାଇଦ୍ରାବାଦର ରାମ ଡୋସାପତି ବିବିଏରେ ସ୍ନାତକ କରି ଏକ କମ୍ପାନି ଚାକିରି କରନ୍ତି । କରୋନା ମହାମାରୀ ବେଳେ କାମ ବନ୍ଦ୍ ହେବାରୁ ସେ ଗାଁକୁ ଚାଲିଆସିଥିଲେ । ହେଲେ ଗାଁରେ ବାସ କରୁଥିବା ଲୋକଙ୍କ ଅବସ୍ଥା ଦେଖି ତାଙ୍କ ହୃଦୟ କାନ୍ଦିଥିଲା। ସ୍ୱାଧୀନତାର ୭୦ ବର୍ଷ ପରେ ବି ଏହି ଗଣତନ୍ତ୍ର ରାଷ୍ଟ୍ରର ଲୋକମାନେ ମୁଠେ ଖାଇବାକୁ ପାଉନାହାନ୍ତି ତାହା ନିଜ ଆଖିରେ ଦେଖିବା ପରେ ସେ ନିଜକୁ ସମ୍ଭାଳି ପାରିନଥିଲେ । ହେଲେ ପାଖରେ ବା କେତେ ସମ୍ବଳ ଅଛି ଯେ ସେ ଲୋକମାନଙ୍କୁ ସହାୟତା ଦେଇପାରିବେ! ସମ୍ବଳ ନଥାଇ ମଧ୍ୟ ହାର ମାନି ନଥିଲେ ରାମ। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଚାଉଳ ଏଟିଏମ୍ ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ। କଥାଟା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କାରଣ ଆମେ ଜାଣିଛୁ ଏଟିଏମରୁ କେବଳ ଟଙ୍କା ବାହାରେ । ଏହା ବାଦ୍‌ କିଛି ରାଜ୍ୟର ସରକାର ପାନୀୟ ଜଳ ଏଟିଏମ ବସାଇଛନ୍ତି । ଯେଉଁଥିରେ ଆପଣ ଟଙ୍କା ଭରିଲେ ଆପଣଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ।

ହେଲେ ଚାଉଳ ଏଟିଏମ୍ ! ଏଭଳି କିଛି ନାହିଁ । ରାମ ଡୋସାପତି ଏକ ଟ୍ରକ ମାଧ୍ୟମରେ ଚାଉଳ ଭରି ଗାଁକୁ ଗାଁ ବୁଲିଥାନ୍ତି । ଯେ କେହି ଗରିବ ଲୋକ ଆସିଲେ ତାଙ୍କୁ ସେହି ଗାଡିରୁ କିଛି ଚାଉଳ କାଢି ଦେଇଥାନ୍ତି । ଏଭଳି ଭାବେ ସେ ୧୫ ହଜାର ଲୋକଙ୍କୁ ଚାଉଳ ସହ ଅନ୍ୟ ରାସନ ସାମଗ୍ରୀ ଯୋଗାଇଥିବା କହିଛନ୍ତି ରାମ । ସେ କହିଛନ୍ତି କି ଏହି କାମ ଆରମ୍ଭ କରିବା ପରେ ତାଙ୍କୁ ଅନେକ ଲୋକ ସାହାଯ୍ୟର ହାତ ବଢାଇଛନ୍ତି । ଏହା ସହ ସେ ନିଜ ପକେଟରୁ ଏପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି । ଏହି ଚାଉଳ ଏଟିଏମ୍ ୨୪ ଘଣ୍ଟା ଖୋଲା ରହିଥାଏ । କେହି ବି କେତେବେଳେ ରାମୁଙ୍କଠାରୁ ଚାଉଳ ନେଇପାରିବ। ରାମୁ କହିଛନ୍ତି କି ଜଣେ ସୈନିକ ଲୋକମାନଙ୍କୁ ଏଭଳି ସାହାଯ୍ୟ କରୁଥିବାର ଦେଖି ସେ ଅନୁପ୍ରାଣିତ ହୋଇଥିଲେ ଓ ଏହାପରେ ସେ ଏଭଳି କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର