ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ସଂଶୋଧିତ ନିର୍ଦ୍ଦେଶକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ରାମ ଗୋପାଳ ବର୍ମା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମାଲୋଚନା କରିଛନ୍ତି।
ସେ ପ୍ରଶ୍ନ କରିଛନ୍ତି ଯେ କୁକୁରଙ୍କ ଟିକାକରଣ ପ୍ରମାଣପତ୍ର କିପରି ପିଲାକୁ ରାସ୍ତାରେ କାମୁଡ଼ିବା କିମ୍ବା ମାରିବାରୁ ରକ୍ଷା କରିବ? କୁକୁର କ'ଣ ତାର ଡାକ୍ତରୀ ଫାଇଲ୍ ପଢ଼ି କାମୁଡ଼ିବ କି ନାହିଁ ତାହା ନିଷ୍ପତ୍ତି ନେବ? ସେ ଏହା ମଧ୍ୟ ପଚାରିଛନ୍ତି ଯେ ଆମ ପାଖରେ କ’ଣ ଯଥେଷ୍ଟ ଭିତ୍ତିଭୂମି, କର୍ମଚାରୀ ଓ ବଜେଟ୍ ଅଛି ଯାହା ଦ୍ୱାରା ଆକ୍ରମଣାତ୍ମକ କିମ୍ବା ରାବିଜ୍ ସଂକ୍ରମିତ କୁକୁରମାନଙ୍କୁ ଚିହ୍ନଟ କରାଯାଇପାରିବ? ପ୍ରତ୍ୟେକ କୁକୁରର ମାନସିକ ସ୍ୱାସ୍ଥ୍ୟ ରେକର୍ଡ କରାଯିବ କି? ଯଦି ଏକ କୁକୁର ଗୋଟିଏ ମୁହୂର୍ତ୍ତରେ କାମୁଡ଼େ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଲାଞ୍ଜ ହଲାଏ ତେବେ ଏହା ଆକ୍ରମଣାତ୍ମକ ନା ବନ୍ଧୁତ୍ୱପୂର୍ଣ୍ଣ? ଓକିଲ, ପଶୁପ୍ରେମୀ, ଡାକ୍ତର ଓ କୁକୁର ମନସ୍ତତ୍ତ୍ୱବିତ୍ ମାନଙ୍କର ଏକ ଦଳ ସେମାନଙ୍କର ମାନସିକ ଅବସ୍ଥା ନିର୍ଣ୍ଣୟ କରିବେ କି? ସେ ଆହୁରି ମଧ୍ୟ କହିଛନ୍ତି, ସୁପ୍ରିମକୋର୍ଟ କ’ଣ ହଜାର ହଜାର ସ୍ୱତନ୍ତ୍ର କୋର୍ଟ ସୃଷ୍ଟି କରିବେ ଯାହା ନିଷ୍ପତ୍ତି ନେବ ଯେ କେଉଁ କୁକୁରକୁ ମୁକ୍ତ କରାଯିବ ଓ କେଉଁ କୁକୁରକୁ ନୁହେଁ?
MY QUESTIONS on the Supreme Court’s Revised Order Regarding Stray Dogs
— Ram Gopal Varma (@RGVzoomin) August 22, 2025
1.
The Supreme Court has ruled that dogs must be vaccinated and dewormed, and then released back into the same localities where they were picked up from.
My Questions:
How exactly does a dog’s vaccination…
'ସାର୍ବଜନୀନ ସ୍ଥାନରେ କୁକୁରଙ୍କୁ ଖାଦ୍ୟ ଦେବା ନିଷେଧ' ଏବଂ 'କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଦ୍ୟ ଯୋଗାଇବା' କୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ମଧ୍ୟ ବର୍ମା ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଥିଲେ, ଏହି ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକ କିଏ ଏବଂ କେଉଁ ଆଧାରରେ ସ୍ଥିର କରିବ? ବୁଲା କୁକୁରମାନେ ଏହି ସ୍ଥାନଗୁଡ଼ିକୁ ଯିବାକୁ ଗୁଗୁଲ୍ ମ୍ୟାପ୍ ପାଇବେ କି?
When DOGS are not being DOGANE , how can HUMANS be HUMANE? https://t.co/Kqs8CEbKlR
— Ram Gopal Varma (@RGVzoomin) August 22, 2025
ରାମ ଗୋପାଳ ବର୍ମା ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି ଯେ କୁକୁର ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି, ବିଶେଷକରି ମୃତ୍ୟୁବରଣ କରିଥିବା ପିଲାମାନଙ୍କୁ କାହିଁକି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇ ନାହିଁ? ରାମ ଗୋପାଳ ବର୍ମା ସୁପ୍ରିମକୋର୍ଟଙ୍କୁ ଏହି ସମସ୍ତ ଦିଗ ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ଵାରା ଚୂଡ଼ାନ୍ତ ନିର୍ଦ୍ଦେଶ ସମସ୍ତଙ୍କ ସ୍ୱାର୍ଥରେ ଆସିବ।