ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାରେ କିଛି ଆପତ୍ତି ନାହିଁ : ହାଜି ମେହବୁବ୍‌

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବରୀ ମସଜିଦ୍‌ ଭୂମି ବିବାଦ ମାମଲାରେ ମୁସଲମାନ୍‌ମାନଙ୍କର ମୁଖ୍ୟ ପକ୍ଷର ହାଜି ମେହବୁବ୍‌ ଏକ ବଡ଼ ବୟାନ୍‌ ଦେଇଛନ୍ତି। ସେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ,ତେବେ ରାମ ମନ୍ଦିରର ସମାଧନ ନ୍ୟାୟାଳୟ ବାହାରେ ଏକ ଘଣ୍ଟା ଭିତରେ ହୋଇଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ବାରମ୍ବାର ଏହି ମାମଲାର ଶୁଣାଣି ଘୁଞ୍ଚଯିବା ଫଳରେ ନିରାଶଜନକ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ହାଜି ମେହବୁବ୍‌ କହିଛନ୍ତି। ସେ ଦାବି କରିଛନ୍ତି ଯେ, ତାଙ୍କ ପାଖରେ ଏହି ବିବାଦର ସମାଧାନର ପ୍ରକୃଷ୍ଟ ଫର୍ମୁଲା ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମିତ ହେଉ,ଏଥିରେ କୌଣସି ଆପତ୍ତି ନାହିଁ, କିନ୍ତୁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥତା କରିବାକୁ ପଡ଼ିବ।

ହାଜି ମେହବୁବ୍‌ ଆହୁରି ମଧ୍ୟ କହିଛନ୍ତି ଯେ,ଏହି ମାମଲା ବିଳମ୍ବ ହେଉଥିବା ହେତୁ ହିନ୍ଦୁ ଓ ମୁସଲମାନ୍‌ମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟସ୍ଥତାରେ ସାଧୁସନ୍ଥ ଓ ମୁସଲିମ୍‌ ନେତାଙ୍କୁ ଏକାଠି ବସିବେ,ତେବେ ଏକ ଘଣ୍ଟାରେ ଏହାର ସମାଧାନ ହୋଇଯିବ। ସେ ଅଭିଯୋଗ କରିଛନ୍ତି ଯେ ବିଶ୍ୱ ହିନ୍ଦୁ ପରିଷଦ ଓ କେତେକ ମୁସଲମାନ ସଂଗଠନ ଚାହାଁନ୍ତି ନାହିଁ ଯେ ଏହି ବିବାଦର ସମାଧାନ ହେଉ।

ସମ୍ବନ୍ଧିତ ଖବର