ଅଗରତାଲା: ଭାରତୀୟ ଜନତା ପାର୍ଟି ପୁଣି ଥରେ ବଡ ବିଜୟ ପରେ ଶାସନକୁ ଆସିଛି | ଏହା ପରେ ପାର୍ଟିର ମହାସଚିବ ରାମ ମାଧବ ଦାବି କରିଛନ୍ତି ଯେ ବିଜେପି ଦିନେ ସମୟ ଆସିବ କଂଗ୍ରେସର ରେକର୍ଡ ଭାଙ୍ଗିଦେବ | କଂଗ୍ରେସ ଯେଭଳି ବହୁ ସମୟ ଧରି ଦେଶରେ ଶାସନ କରିଥିଲା ଠିକ ସେହିଭଳି ଭାଜପା ମଧ୍ୟ ୨୦୪୭ ଯାଏଁ ଶାସନ କରିବ |
ବିଜେପି ନେତା କହିଛନ୍ତି ଯେ ୨୦୪୭ ମସିହା ଯାଏଁ ଦେଶର ୧୦୦ତମ ସ୍ୱାଧୀନତା ଦିବସ ପାଳନ ବେଳେ ବିଜେପି ସରକାରରେ ଥିବ | ତ୍ରିପୁରା ରାଜଧାନୀ ଅଗରତାଲାରେ ଏକ ରାଲିକୁ ସମ୍ବୋଧିତ କରି ରାମମାଧବ କହିଛନ୍ତି ଯେ ଲମ୍ବା ସମୟ ଧରି ଶାସନରେ ରହିଥିବା ଦଳ ହେଉଛି କଂଗ୍ରେସ | ଯିଏ କି ୧୯୫୦ ମସିହାରୁ ୧୯୭୭ ଯାଏଁ ଶାସନରେ ଥିଲା |
କିନ୍ତୁ ସେ ଦାବି କରୁଛନ୍ତି ଯେ ମୋଦି ଏହି ରେକର୍ଡକୁ ଭାଙ୍ଗିଦେବେ | ୨୦୪୭ରେ ବି ଯେତେବେଳେ ପୁରା ଦେଶ ୧୦୦ ତମ ସ୍ୱାଧୀନତା ଦିବସ ପାଳନ କରିବ ସେତେବେଳେ ଯାଏଁ ବିଜେପି ସରକାରରେ ରହିବ | ଏହି କାର୍ଯ୍ୟକ୍ରମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମଧ୍ୟ ଉପସ୍ଥିତ ଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bjp-party-3.jpg)