ଅଯୋଧ୍ୟା : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ତିନି ମହଲା ବିଶିଷ୍ଟ ହେବ। ୧୦ ଏକର ଜମି ଉପରେ ପ୍ରସ୍ତାବିତ ବିଶାଳ ରାମ ମନ୍ଦିର ନିର୍ମାଣ କରାଯିବ। ଅବଶିଷ୍ଟ ୫୭ ଏକର ଜମି ଉପରେ ରାମ ମନ୍ଦିର କମ୍ପ୍ଲେକ୍ସ ନିର୍ମାଣ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମଞ୍ଜୁରି ପାଇଥିବା ମନ୍ଦିର ପ୍ଲାନ୍ ଅନୁଯାୟୀ, ମନ୍ଦିର ବେଢ଼ା ମଧ୍ୟରେ ଏକ ‘ନକ୍ଷତ୍ର ବାଟିକା’ ନିର୍ମାଣ କରାଯିବ। ମନ୍ଦିର ବେଢା ପରିସରରେ ୨୭ଟି ନକ୍ଷତ୍ର ଗଛ ରୋପଣ କରାଯିବ। ଏହି ନକ୍ଷତ୍ର ବୃକ୍ଷମୂଳେ ଲୋକେ କେବଳ ନିଜର ଜନ୍ମଦିନ ଅବସରରେ ଧ୍ୟାନ କରିବାକୁ ସୁଯୋଗ ପାଇବେ। ବିଶାଳ ମନ୍ଦିରର ୧୫ ଫୁଟ ଗଭୀରର ମୂଳଦୁଆ (ଫାଉଣ୍ଡେସନ) ପଡ଼ିବ। ମାତ୍ର ମନ୍ଦିର ନିର୍ମାଣରେ ଲୁହାର ବ୍ୟବହାର କରାଯିବ ନାହିଁ। ସେହିଭଳି ବାଲ୍ମୀକି ରାମାୟଣ ବର୍ଣ୍ଣିତ ବୃକ୍ଷ ମନ୍ଦିର ବେଢାରେ ରୋପଣ କରାଯିବ। ରାମ ମନ୍ଦିର ନିର୍ମାଣ ପରେ ମନ୍ଦିର ବେଢାରେ ଭଗବାନ ଶେଷାବତାର ମନ୍ଦିର ନିର୍ମାଣ କରାଯିବ। ମନ୍ଦିର ବେଢ଼ା ପରିସରରେ ଏକ ବିଶାଳ ସଂଗ୍ରହାଳୟ ମଧ୍ୟ ନିର୍ମିତ ହେବ। ଏହାବ୍ୟତୀତ ମନ୍ଦିର ବେଢାରେ ଗୋଶାଳା, ଧର୍ମଶାଳା ଏବଂ ଅନ୍ୟାନ୍ୟ ପାର୍ଶ୍ବଦେବଦେବୀଙ୍କ ମନ୍ଦିର ନିର୍ମାଣ ହେବ ବୋଲି ଯୋଜନା ରହିଛି। ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ ରହିବ। ମନ୍ଦିର ବେଢାରେ ଦୁଇଟି ବୃହତ୍ ମଣ୍ଡପ ନିର୍ମିତ ହେବ। ତେବେ ମନ୍ଦିରର ଭୂମି ପୂଜନ ଉତ୍ସବରେ ପ୍ରୟାଗରାଜର ସଙ୍ଗମ ସ୍ଥଳରୁ ଆସିଥିବା ମାଟିର ବ୍ୟବହାର କରାଯିବ ବୋଲି ବିଶ୍ବହିନ୍ଦୁ ପରିଷଦର ମୁଖପାତ୍ର ଅଶ୍ବିନୀ ମିଶ୍ର ସୂଚନା ଦେଇଛନ୍ତି। ଅଗଷ୍ଟ ୫ରେ ମନ୍ଦିରର ଭୂମି ପୂଜନ କାର୍ଯ୍ୟ ସମାପନ ହେବ। ଏହି ଦିନ ସନ୍ଧ୍ୟାରେ ସମଗ୍ର ଦେଶବାସୀ ପ୍ରଦୀପ ପ୍ରଜ୍ଜଳନ କରିବାକୁ ଭିଏଚ୍ପି ମୁଖପାତ୍ର ଶ୍ରୀ ମିଶ୍ର ନିବେଦନ କରିଛନ୍ତି।
ତିନି ମହଲା ହେବ ରାମ ମନ୍ଦିର; ମନ୍ଦିର ବେଢ଼ାରେ ରହିବ ସଂଗ୍ରହାଳୟ, ନକ୍ଷତ୍ର ବାଟିକା, ରାମ କଥା ପୁଞ୍ଜ
/sambad/media/post_attachments/wp-content/uploads/2020/07/temple-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)