ଅଯୋଧ୍ୟ‌ା: ଭକ୍ତମାନଙ୍କ ପାଇଁ ଗତ ୨୨ ତାରିଖରୁ ଖୋଲାଯାଇଛି ରାମ ମନ୍ଦିର। ପ୍ରାଣ ପ୍ରତିଷ୍ଠା ପରେ ପରେ ରାମ ମନ୍ଦିର ଭିତରେ ସ୍ବୟଂ ହନୁମାନଙ୍କୁ ଦେଖିବାକୁ ମିିଳିଥିବା କଥା ଆପଣ ଜାଣନ୍ତି। ଏକଥା ଆମେ କହୁନାହୁଁ, ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ ପକ୍ଷରୁ ଜାଣିବାକୁ ମିଳିଥିଲା। ଟ୍ରଷ୍ଟ୍‌ ଏକ ଦୀର୍ଘ ପୋଷ୍ଟ୍‌ ଜରିଆରେ ହନୁମାନ ଜୀଙ୍କ ମନ୍ଦିର ଭିତରେ ଉପସ୍ଥିତି କଥା କହିଥିଲା। ଯେପରି ହନୁମାନ ଜୀ ନିଜେ ରାମଲଲାଙ୍କ ଦର୍ଶନ ପାଇଁ ଆସିଥିଲେ।

Advertisment

ଅଯୋଧ୍ୟା ରାମ ମନ୍ଦିରରେ ରାମଚନ୍ଦ୍ରଙ୍କ ବାଲ୍ୟାବସ୍ଥା (ରାମଲଲା)ଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସମାରୋହର ପରେ ଲୋକମାନେ ଅନ୍ୟ ଏକ ସ୍ଥାନରେ ପ୍ରଭୁ ରାମଙ୍କୁ ପ୍ରଣାମ କରୁଥିବା ଏକ ମାଙ୍କଡ଼ର ସାଧାରଣ ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ।

ଏବେ ସେହିପରି ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳୁଛି। ଯେଉଁଠାରେ ଅନେକ ରାମ ମନ୍ଦିରରେ ହନୁମାନଜୀ (ମାଙ୍କଡ଼)ଙ୍କୁ ଦେଖିବାକୁ ମିଳୁଛି। ନିକଟରେ ଏକ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଏକ ମାଙ୍କଡ଼କୁ ଭକ୍ତଙ୍କ ପରିପୂର୍ଣ୍ଣ ମନ୍ଦିର ଭିତରେ ଦେଖିବାକୁ ମିଳିଛି।

କେହି ଜଣେ ରାମଚନ୍ଦ୍ରଙ୍କ ପତାକା ଉପରେ ଚଢ଼ି ଖୁସି ମନାଉଥିବାର ଏକ ମାଙ୍କଡ଼ର ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି ତ ପୁଣି କେହି ପୂଜାପାଠ ସ୍ଥାନରେ ହନୁମାନ ଜୀଙ୍କୁ ଉପସ୍ଥିତ ଥିବାର ଫଟୋ ପୋଷ୍ଟ୍‌ କରିଛନ୍ତି।

ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘‘ମନ୍ଦିରକୁ ଆସିଥିବା ମାଙ୍କଡ଼ ବନ୍ଧାକୋବି କିମ୍ବା କିଛି ଖାଇନଥିଲା। ବରଂ ପ୍ରଭୁ ଶ୍ରୀ ରାମଙ୍କ ପାଦ ଛୁଇଁ ଚାଲିଯାଇଥିଲେ।’’