ଆସନ୍ତାକାଲି ଭୂମିପୂଜନ: ଜାଣନ୍ତୁ କ’ଣ ରହିଛି ଅଯୋଧ୍ୟାସ୍ଥିତ ରାମ ମନ୍ଦିରର ବିଶେଷତ୍ୱ ଓ କିଭଳି ଦୃଶ୍ୟମାନ ହେବ

ନୂଆଦିଲ୍ଲୀ: ଆସନ୍ତାକାଲି ରାମଜନ୍ମଭୂମି ଅଯୋଧ୍ୟାରେ ହେବ ରାମ ମନ୍ଦିର ନିର୍ମାଣ ଲାଗି ଭୂମିପୂଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୂମି ପୂଜନ ସମ୍ପନ୍ନ କରିବେ। ସୁନିର୍ବାଚିତ ୧୭୫ ଅତିଥିଙ୍କ ଗହଣରେ ଏହି ଭୂମି ପୂଜନ ସମାରୋହ ଅନୁଷ୍ଠିତ ହେବ। କଡ଼ା ସୁରକ୍ଷା ବିଳୟ ମଧ୍ୟରେ ଏହି ବହୁପ୍ରତୀକ୍ଷିତ ଧର୍ମୀୟ ଉତ୍ସବ ସମ୍ପନ୍ନ ହେବ।

3-Storey Structure with Nagara Style Architecture, This is What ...
News18.com

ଆସନ୍ତୁ ନିର୍ମିତ ହେବାକୁ ଯାଉଥିବା ରାମ ମନ୍ଦିର ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଅବଗତ ହେବ। ୧୦ଏକର ପରିମିତ ଅଞ୍ଚଳ ଉପରେ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିରର ୫ଟି ଗମ୍ବୁଜ ରହିବା ସହ ଗୋଟିଏ ଶିଖର ରହିବ। ମନ୍ଦିରର ଉଚ୍ଚତା ୧୬୧ ଫୁଟ। ରାମ ମନ୍ଦିର ୩୬୦ଟି ସ୍ତମ୍ଭ ବା ଖମ୍ଭ ଉପରେ ଦଣ୍ଡାୟମାନ ହେବ।

ମନ୍ଦିର ନକ୍ସା ପ୍ରସ୍ତୁତ କରିଛନ୍ତି ଦେଶର ଜଣାଶୁଣା ବାସ୍ତୁକାର ଚନ୍ଦ୍ରକାନ୍ତଭାଇ ସୋମପୂରା। ସେ ଗୁଜୁରାଟର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରର ମୁଖ୍ୟସ୍ଥପତି ଥିଲେ। ସୋମପୂରାଙ୍କର ଜେଜେବାପା ପ୍ରଭାକରଜୀ ସୋମପୂରା ପ୍ରସିଦ୍ଧ ସୋମନାଥ ମନ୍ଦିରର ସ୍ଥପତି ଥିଲେ।

ଶିଳ୍ପ ଶାସ୍ତ୍ରର ନିୟମ ଅନୁସାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରରେ ରାଜସ୍ଥାନରେ ବଂଶୀ ପର୍ବତାବଳୀରୁ ସ୍ୱତନ୍ତ୍ର ଭାବେ ପଥର ଅଣାଯିବ। ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୨ଲକ୍ଷ ଇଟା ମଧ୍ୟ ବ୍ୟବହାର କରାଯିବ।

This is how Shri Ram Janmabhoomi Mandir in Ayodhya will look like ...
Organiser

ମନ୍ଦିର ନିର୍ମାଣ ଶେଷ ହେବାକୁ ପ୍ରାୟ ସାଢ଼େ ତିନିବର୍ଷ ଲାଗିବ ବୋଲି ମୁଖ୍ୟ ସ୍ଥପତିଙ୍କ ପୁତ୍ର ତଥା ସହଯୋଗୀ ଆଶିଷ ସୋମପୂରା କହିଛନ୍ତି। ମନ୍ଦିରର ୫ ମଣ୍ଡପର ନାମକରଣ ଯଥାକ୍ରମେ କୁଡୁ, ରଙ୍ଗ, ନୃତ୍ୟ, କୀର୍ତ୍ତନ ଏବଂ ପ୍ରାର୍ଥନା ରହିବ।

ମନ୍ଦିରରେ ଖଞ୍ଜା ହେବାକୁ ଥିବା ବହୁ ସଂଖ୍ୟାରେ ସ୍ତମ୍ଭ ଓ ଅନ୍ୟ କଳାକୃତି ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। ତେଣୁ ଏହାର ନିର୍ମାଣ ଅପେକ୍ଷାକୃତ କମ ସମୟରେ ଶେଷ ହେବ।

ସମ୍ବନ୍ଧିତ ଖବର