ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ସୋମବାର ଧୁମଧାମରେ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପର୍ଣ୍ଣ ହୋଇଛି।
ଭାରତ ସହିତ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ରମରେ ପାକିସ୍ତାନୀ ଗଣମାଧ୍ୟମ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଲେଖିଛନ୍ତି ଯେ ‘ବାବ୍ରି ମସଜିଦ ଭାଙ୍ଗିବା ପରେ ନିର୍ମିତ ରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ମୋଦୀ କରିବାକୁ ଯାଉଛନ୍ତି ।
ଏଥିସହିତ ପାକିସ୍ତାନର ଅଗ୍ରଣୀ ଖବରକାଗଜ ‘ଦ ଡନ୍’ ଏକ ଆର୍ଟିକିଲ ପ୍ରକାଶ କରିଛି। ଯେଉଁଥିରେ ଲେଖକ ପରଭେଜ ହୁଡବୋଇ ଲେଖିଛନ୍ତି, ‘ପାଞ୍ଚ ଶତାବ୍ଦୀର ବାବ୍ରି ମସଜିଦ ଛିଡା ହୋଇଥିଲା, ବର୍ତ୍ତମାନ ସେଠାରେ ଏକ ରାମ ମନ୍ଦିର ନିର୍ମାଣ କରାଯାଉଛି। ରାମ ମନ୍ଦିର ଚାରିପାଖରେ ଭାଟିକାନ୍ ସିଟି ପରି ଏକ ସହର ନିର୍ମାଣ ହେବାକୁ ପ୍ରସ୍ତୁତ ଅଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଭଗବାନ ରାମଲଲ୍ଲାଙ୍କ ପୂଜାରେ ଜଡିତ ଥିଲେ। ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ଲୋକ ରାମଲଲ୍ଲାଙ୍କ ପୂଜାରେ ଯୋଗ ଦେଇଥିଲେ। ପ୍ରାଣପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜର ୧୧ ଦିନର ଉପବାସ ଭାଙ୍ଗିଛନ୍ତି। ଗୋବିନ୍ଦ ଦେବ ଗିରି ମହାରାଜ ମୋଦୀଙ୍କୁ ‘ଚରଣାମୃତ’ ପାନ କରାଇ ତାଙ୍କର ଉପବାସ ଭଙ୍ଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/1772a3a6-9c30-4627-98f9-5cc670bd1373.jpg)