୨୦୨୩ ଡିସେମ୍ବର ସୁଦ୍ଧା ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟାର ରାମ ମନ୍ଦିର !

ଅଯୋଧ୍ୟା : ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲି ଦିଆଯିବ । ଭକ୍ତମାନେ ମନ୍ଦିର ଭିତରକୁ ଯାଇ ରାମ ଲାଲାଙ୍କ ଦର୍ଶନ କରିପାରିବେ ।

ଏକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ ସମ୍ପୂର୍ଣ୍ଣ ରାମ ମନ୍ଦିର କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ । ତେବେ ୨୦୨୩ ଡିସେମ୍ବର ସୁଦ୍ଧା ଗର୍ଭଗୃହ, ୫ଟି ମଣ୍ଡପ ଓ ମନ୍ଦିର ତଳ ମହଲାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଏହା ପରେ ରାମ ଲାଲାଙ୍କ ଶ୍ରୀବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯିବ ।  ଫଳରେ ଭକ୍ତମାନେ ରାମ ଲାଲାଙ୍କ ଦର୍ଶନ କରିପାରିବେ ।

ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି । ତେବେ ଏଥିପାଇଁ ଦେଶବିଦେଶରୁ ଆସୁଥିବା ଦାନ ପରିମାଣ ୩ ହଜାର କୋଟି ଟପିଯାଇଛି । ରାମ ଜନ୍ମଭୂମିର ପ୍ରକୃତ ଅଞ୍ଚଳ ୬୭ ଏକର ଥିବାବେଳେ ସଂପୂର୍ଣ୍ଣ ରାମ ମନ୍ଦିର କଂପ୍ଲେକ୍ସ ପ୍ରାୟ ୧୧୦ ଏକର ଅଂଚଳରେ ନିର୍ମାଣ କରାଯାଉଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ଅତିରିକ୍ତ ଜମି ଲୋକମାନଙ୍କଠାରୁ କିଣାଯାଇଛି ।

ସମ୍ବନ୍ଧିତ ଖବର